ସ୍ୱାମୀର ମୃତ୍ୟୁକୁ ସାହିପାରିଲେନି ପତ୍ନୀ, ଗୋଟିଏ ଯୁଇରେ ଜଳିଲା ଦୁହିଁଙ୍କ ଶବ

ବିବାହ ବେଦୀରେ ହୋମ ନିଆଁକୁ ସାକ୍ଷୀ ରଖି ଜନ୍ମ ଜନ୍ମାନ୍ତର ପାଇଁ ସାଥୀ ପାଇଁ କଥା ଦେଇଥିଲେ। ସୁଖ ଦୁଃଖରେ ଏକାଠି ରହିବେ ବୋଲି କଥା ଦେଇଥିଲେ । ସେଥିପାଇଁ ଜଣେ ଦୁନିଆରୁ ଚାଲିଗଲା ଦେଖି ଆଉ ଜଣେ ତାଙ୍କ ସହ ମଧ୍ୟ ଚାଲିଗଲେ । ସ୍ୱାମୀର ଆରପାରିକୁ ଯିବା ଦେଖି ସାହିପାରିଲେଣି ପତ୍ନୀ, ତାଙ୍କ ପଛେ ପଛେ ଆଖି ବୁଜିଲେ। ଗୋଟିଏ ଯୁଇରେ ଜଳିଲା ଦୁହିଁଙ୍କ ଶବ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନାରେ ।

ମାହାଙ୍ଗା ଥାନା ଅନ୍ତର୍ଗତ ଅଡମ ମହେଶପୁର ଗାଁର ଶ୍ମାଶନରେ ଗୋଟିଏ ଯୁଇର ଜଳିଲା ସୃଜନର ସୌଦାଗର କବି ପ୍ରଶାନ୍ତ ବିଶ୍ୱାଳ ଓ ପ୍ରେମିକାରୁ ପତ୍ନୀ ହୋଇଥିବା ଝରଣା ବିଶ୍ୱାଳଙ୍କ ପାର୍ଥିବ ଶରୀର। ୫୦ ବର୍ଷୀୟ ପ୍ରଶାନ୍ତ ବିଶ୍ୱାଳ ଇଂରାଜୀ ବିଭାଗର ପ୍ରାଧ୍ୟାପକ ଥିଲେବି ସ୍ଵାମୀ-ସ୍ତ୍ରୀ ଦୁହେଁ ଓଡିଆ ଓ ଇଂରାଜୀ ସାହିତ୍ୟରେ ପ୍ରଶାନ୍ତ ଥିଲେ ବେଶ୍ ପ୍ରଗଳ୍ଭ। ବ୍ରେନ ଷ୍ଟ୍ରୋକ ଯୋଗୁଁ ଦୀର୍ଘ ୩ ମାସ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପ୍ରଶାନ୍ତ। ଦୀର୍ଘ ଦିନର ଅସୁସ୍ଥତା ପରେ ଶେଷରେ ଏସସିବି ମେଡିକାଲ କଲେଜରେ ଆଖି ବୁଜିଥିଲେ ପ୍ରଶାନ୍ତ। ଅଡମ ଗ୍ରାମ୍ୟ ସ୍ମଶାନରେ ଏହି ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କ ପାର୍ଥିବ ଶରୀର ଜଳୁଥିବା ବେଳେ ହୃଦଘାତର ଶିକାର ହେଲେ ପତ୍ନୀ ଝରଣା। ସ୍ୱାମୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିନପାରି ସବୁଦିନ ପାଇଁ ଆଖି ବୁଝିଲେ ଝରଣା। ଶେଷରେ ଗୋଟିଏ ଯୁଇରେ ଉଭୟଙ୍କ ଦାହ ସତ୍କାର କରିଥିଲେ ପରିବାର ଓ ଆତ୍ମୀୟ ସ୍ୱଜନ। ଉଭୟଙ୍କ ବିୟୋଗରେ କେବଳ ଜନ୍ମମାଟି ମାହାଙ୍ଗା ନୁହେଁ, ସାରସ୍ୱତ ଜଗତରେ ବି ଖେଳି ଯାଇଛି ଶୋକର ଛାୟା।

Leave a Reply

Your email address will not be published. Required fields are marked *