୨୫ ଡିସେମ୍ବରକୁ କାହିଁକି କ୍ରିସମାସ ଭାବେ ପାଳନ କରିବାର କ’ଣ ରହିଛି ମହତ୍ତ୍ଵ?
ଆମେ ପ୍ରତିବର୍ଷ ୨୫ ଡିସେମ୍ବରକୁ ଯୀଶୁଙ୍କ ଜନ୍ମଦିନ ଅର୍ଥାତ କ୍ରିସମାସ ଭାବେ ପାଳନ କରିଥାଉ । ତେବେ କ୍ରିସମାସ ପାଳନକୁ ନେଇ ଐତିହାସିକଙ୍କ ମଧ୍ୟରେ ଅନେକ ମତଭେଦ ରହିଛିl କିଛି ଐତିହାସିକ ଙ୍କ ମତରେ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଡିସେମ୍ବର ୨୫ ତାରିଖରେ ହୋଇଥିଲା ଏବଂ ଆଉ କିଛି ଐତିହାସିକ ଙ୍କ ମତରେ ଜାନୁଆରୀ ୭ ତାରିଖରେ ହୋଇଥିଲା । ଏବଂ ଅନେକ ଙ୍କ ମତରେ ବସନ୍ତ ଋତୁ ଏହିଦିନ ଠାରୁ ଆରମ୍ଭ ହୋଇଥିଲା, ଐତିହାସିକ ଙ୍କ ମତରେ ପ୍ରଭୁ ଯୀଶୁ ଙ୍କ ଜନ୍ମ ସମୟରେ ଯେଉଁ ବର୍ଣ୍ଣନା ରହିଛି ତାହା ବସନ୍ତ ଋତୁ କୁ ସଂକେତ ଦେଇଥାଏ ଏବଂ ବସନ୍ତ ଋତୁ ମାର୍ଚ୍ଚ ଶେଷ କିମ୍ବା ଅପ୍ରେଲ ମାସ ଆରମ୍ଭ ରେ ଆସିଥାଏ ।

ଅନେକ ଦେଶରେ ଜାନୁଆରୀ ୭ତାରିଖରେ ପାଳିତ ହୋଇଥାଏ –
ରୁଷ, ଇସ୍ରାଏଲ, ମିଶ୍ର, ୟୁକ୍ରେନ, ବୁଲଗେରିଆ , ମାଲଡୋବା, ମେଁକ୍ସଦୋନିଆ , ଇଥିଓପିୟା, ଜର୍ଜିଆ,ଗ୍ରୀସ, ରୋମାନୀୟl , ସର୍ବିଆ, ବେଲାରୁଷ , ମୋଣ୍ଟନେଗ୍ର , କାଜାଖସ୍ଥାନ ପ୍ରଭୃତି ଦେଶରେ ଜାନୁଆରୀ ୭ତାରିଖ ଦିନ କ୍ରିସମାସ ପାଳନ କରାଯାଇ ଥାଏ । ବିଶେଷ ଭାବରେ ଗ୍ରେଗୋରିଆନ ଓ ଜୁଲିଆନ କ୍ୟାଲେଣ୍ଡର ରେ ଅନ୍ତର କାରଣରୁ ଏଭଳି ହୋଇଥାଏ, ପୂର୍ବରୁ ଜାନୁଆରୀ ୭ତାରିଖ ରେ କ୍ରିସମାସ ପାଳନ କରାଯାଉ ଥିଲା, ୧୭୫୨ ରେ ଯେତେବେଳେ ଇଂଲଣ୍ଡ ଗ୍ରୋଗରିଆନା କ୍ୟାଲେଣ୍ଡର ଆପଣାଇବା ଆରମ୍ଭ କରିଥିଲେ । ଅନେକ ଲୋକ ଏହାକୁ ହଠାତ ଗ୍ରହଣ କରି ନଥିଲେ, ଏବଂ ଜୁଲିଆନ କ୍ୟାଲେଣ୍ଡର କୁ ଅନୁସରଣ କରିଥିଲେ । ରବିବାର ଦିନ ପ୍ରଥମ କ୍ରିସମାସ ପାଳନ କରାଯାଇ ଥିଲା ।
କୁହାଯାଏ ଯେ ବାଇବେଲ ରେ ଯୀଶୁ ଙ୍କ ଜନ୍ମ କୁ ନେଇ କୌଣସି ଦିନ ର ଉଲ୍ଲେଖ ନାହିଁ, ଏବଂ ଯୀଶୁ ଙ୍କ ଜନ୍ମ କୁ ନେଇ ଦୁଇଟି ଘଟଣା ଉଲ୍ଲେଖ ରହିଛି । ପ୍ରଥମ ଘଟଣା ଅନୁସାରେ ସମ୍ରାଟ ଅଗଷ୍ଟସ ନିର୍ଦେଶ ଦେଇଥିଲେ ଯେ ତାଙ୍କ ରାଜ୍ୟରେ ସମସ୍ତ ବ୍ୟକ୍ତି ନିଜ ନାମ ଉଲ୍ଲେଖ କରିବେ, ଯୀଶୁ ଙ୍କ ମାତାପିତା ନାମ ଲେଖାଇବା କୁ ଯିବା ସମୟ ରେ ବାଟରେ ଯୀଶୁ ଙ୍କ ଜନ୍ମ ହୋଇଥିଲା ଏବଂ ସେହି ସମୟ ରେ ଖୁବ ସର୍ଦି ଥିଲା ।
ଅନ୍ୟ ଗୋଟିଏ ଘଟଣା ଅନୁସାରେ ପୂର୍ବରୁ ଲୋକେ ନିଜ ମେଣ୍ଢା ଶାଳ କୁ ଜଗିବା ପାଇଁ ରାତି ଅନିଦ୍ରା ହେଉଥିଲେ , ଏବଂ ଯୀଶୁ ଙ୍କ ମାତାପିତା ସେହିଭଳି ଗୋଟିଏ ମେଣ୍ଢା ଶାଳ ରେ ଅତ୍ୟନ୍ତ ଥଣ୍ଡା ଦିନରେ ରହିଥିବା ସମୟ ରେ ଜିସି ଖ୍ରୀଷ୍ଟ ଙ୍କ ଜନ୍ମ ହୋଇଥିଲା।
