କାହିଁକି ଜୀବନ ହାରିଲେ ଚର୍ଚ୍ଚିତ ଆରଜେ ସିମରନ୍?

ନୂଆଦିଲ୍ଲୀ: ଗୁରୁଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜମ୍ମୁର ଖ୍ୟାତନାମା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ଆରଜେ ସିମରନ ସିଂଙ୍କ ଦେହାନ୍ତ ହୋଇଛି । ସିମରନଙ୍କୁ ୨୫ ବର୍ଷ ହୋଇଥିଲା। ଗୁରୁଗ୍ରାମର ସେକ୍ଟର ୪୭ରେ ଥିବା ଏକ ଭଡ଼ା ଘରୁ (ଆପାର୍ଟମେଣ୍ଟ) ତାଙ୍କ ମୃତଦେହ ମିଳିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସିମରନଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ମୃତଦେହ ମିଳିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ସିମରନଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଛି। ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସିମରନଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପ୍ରଶଂସକମାନେ ମଧ୍ୟ ସ୍ତବ୍ଧ ହୋଇଯାଇଛନ୍ତି। ମୃତଦେହ ନିକଟରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ସିମରନଙ୍କ ମୃତଦେହ ତାଙ୍କ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପୁଲିସର ପ୍ରାଥମିକ ତଦନ୍ତରେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଛି। ତେବେ ସିମରନଙ୍କ ମୃତଦେହରୁ କୌଣସି ଚିଠି କିମ୍ବା ନୋଟ୍ ମିଳିନଥିବାରୁ ପୁଲିସ ଘଟଣାର ସବୁ ପ୍ରକାର ତଦନ୍ତ କରୁଛି। ସିମରନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଷ ପୋଷ୍ଟ ଏକ ସପ୍ତାହ ପୂର୍ବରୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରଶଂସକମାନେ ତାଙ୍କ ପୋଷ୍ଟ ତଳେ ଲଗାତାର କମେଣ୍ଟ କରୁଛନ୍ତି। ସିମରନ୍ ତାଙ୍କ ଶେଷ ପୋଷ୍ଟରେ ବହୁତ ଖୁସି ଥିବା ବେଳେ ତାଙ୍କ ମୃତ୍ୟୁ ଖବର ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ପୁଲିସ ସୂଚନା ଅନୁଯାୟୀ, ସିମରନଙ୍କ ପରିବାର ଲୋକେ କହିଛନ୍ତି ଯେ, ତାଙ୍କ ଝିଅ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, ସିମରନ୍ କୌଣସି ସମସ୍ୟା କାରଣରୁ ଏଭଳି ପଦକ୍ଷେପ ନେଇଥିବେ ଏବଂ ଏଥିରେ କୌଣସି ପ୍ରକାର ରହସ୍ୟ ନାହିଁ। ବୁଧବାର ରାତି ସାଢ଼େ ୧୦ଟାରେ ହସ୍ପିଟାଲରୁ ପୁଲିସକୁ ଫୋନ୍ ଆସିବା ପରେ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ସିମରନଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସିମରନଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଥିଲା ଏବଂ ଇନଷ୍ଟାଗ୍ରାମରେ ତାଙ୍କର ୬୮୩ ହଜାର ଫଲୋଅର୍ସ ଅଛନ୍ତି।

Leave a Reply

Your email address will not be published. Required fields are marked *