୮ସେକେଣ୍ଡର ଦୃଶ୍ୟ ପାଇଁ ଛାଡିଦେଲେ ବଲିଉଡ୍ ସହ ଦେଶ |
ମୁମ୍ବାଇ: ବଲିଉଡ୍ରେ ସଫଳତା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଭାରତର ସବୁଠାରୁ ଜଣାଶୁଣା ମଡେଲ୍ ଦୀପକ ମଲହୋତ୍ରାଙ୍କ ଜୀବନ ଏହାର ଏକ ଜ୍ୱଳନ୍ତ ଉଦାହରଣ। ସେ ଯଶ ଚୋପ୍ରାଙ୍କ ଚଳଚ୍ଚିତ୍ର ‘ଲମ୍ହେ’ (୧୯୯୧)ରେ ଶ୍ରୀଦେବୀଙ୍କ ସ୍ୱାମୀ ସିଦ୍ଧାର୍ଥ କୁମାରଙ୍କ ଚରିତ୍ରରେ ଅଭିନୟ କରି ବଲିଉଡ୍ରେ ପାଦ ଦେଇଥିଲେ। କିନ୍ତୁ ମାତ୍ର ୮ ସେକେଣ୍ଡର ଏକ ଦୃଶ୍ୟ ତାଙ୍କ କ୍ୟାରିଅର୍କୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଲା।
୮ ସେକେଣ୍ଡର ଏକ ଦୃଶ୍ୟ ଦୀପକ ମଲହୋତ୍ରାଙ୍କ ଜୀବନକୁ ବଦଳାଇ ଦେଇଥିଲା। ଭୟଙ୍କର ଭାବରେ ଟ୍ରୋଲ୍ ହେବା ପରେ, ସେ ନିଜକୁ ଏତେ ଘୃଣା କରିଥିଲେ ଯେ ସେ ବଲିଉଡ୍ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରକୃତରେ, ୮ ସେକେଣ୍ଡର ଏକ ଦୃଶ୍ୟରେ, ଦୀପକ ବାରମ୍ବାର ନାମ ବଦଳାଇ ଶୋଇଥିବା ଶ୍ରୀଦେବୀଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା। କୁହାଯାଏ ଯେ ଦୃଶ୍ୟ ସମୟରେ ସେ ଯେଉଁ ପ୍ରକାରରେ ଡାଇଲଗ ଉଚ୍ଚାରଣ କରିଥିଲେ ସେଥିପାଇଁ ତାଙ୍କୁ ଟ୍ରୋଲ୍ କରାଯାଇଥିଲା।
୮୦ ଦଶକର ଜଣେ ନାମିଦାମି ସୁପରମଡେଲ ଭାବେ ପରିଚିତ ଥିବା ଦୀପକ ମଲହୋତ୍ରାଙ୍କୁ ଅନେକ ଫିଲ୍ମର ଅଫର ମିଳିବା ଆରମ୍ଭ ହୋଇଥିଲା। କିନ୍ତୁ ୟଶ ଚୋପ୍ରାଙ୍କ ଫିଲ୍ମ ‘ଲମ୍ହେ’ ଭଲ କାମ କରିନଥିଲା।
ଅନିଲ କପୁର ଏବଂ ଶ୍ରୀଦେବୀ ଅଭିନୀତ ଏହି ଫିଲ୍ମରେ ଦୀପକ ଶ୍ରୀଦେବୀଙ୍କ ସ୍ୱାମୀର ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ତାଙ୍କୁ ଆଶା କରାଯାଇଥିବା ସଫଳତା ମିଳିନଥିଲା, ବରଂ ଏହି ଭୂମିକା ତାଙ୍କ କ୍ୟାରିଅର ପାଇଁ ଏକ ଅଭିଶାପ ସାବସ୍ତ୍ୟ ହୋଇଥିଲା। ସେହି ସମୟରେ ଦୀପକ ମଲହୋତ୍ରା ‘ଚମତ୍କାର’ରେ ଶାହରୁଖ ଖାନଙ୍କ ଭୂମିକାରେ ଅଭିନୟ କରିବାର ଥିଲା, କିନ୍ତୁ ସେ ଏହି ଭୂମିକାକୁ ମନା କରିଦେଇଥିଲେ। ଲମ୍ହେ’ ରିଲିଜ୍ ହେବା ପରେ, ତାଙ୍କୁ ଆଉ କୌଣସି ଫିଲ୍ମର ଅଫର ମିଳିଲା ନାହିଁ, ବରଂ ସେ ତାଙ୍କ ପାଖରେ ଥିବା ଫିଲ୍ମଗୁଡ଼ିକ ହରାଇଲେ, ଯେଉଁଥିରେ ‘ଡର’ ଏବଂ ‘ଜୁନୁନ୍’ ଭଳି ଫିଲ୍ମ ଅନ୍ତର୍ଭୁକ୍ତ ଥିଲା। ୧୯୯୧ ମସିହାରେ, ଯେତେବେଳେ ସୋସିଆଲ ମିଡିଆର ଯୁଗ ନଥିଲା, ସେତେବେଳେ ମଧ୍ୟ ତାଙ୍କର ଏକ ଡାଇଲକ ‘ପଲୋ’ ଏତେ ପ୍ରସିଦ୍ଧ ହୋଇଥିଲା ଯେ ଏହା ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେଇଥିଲା। ତାଙ୍କ ହାତରୁ କାମ ଖସିବା ମାତ୍ରେ ସେ ଭାରତ ଛାଡି ଆମେରିକାରେ ବସବାସ କଲେ ଏବଂ ତାଙ୍କ ନାମ ମଧ୍ୟ ପରିବର୍ତ୍ତନକରି ଦେଇଥିଲେ । ସେ ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ ହୋଇଥିଲେଯେ ସେ କେବଳ ବଲିଉଡ୍ ନୁହେଁ ବରଂ ଦେଶକୁ ମଧ୍ୟ ଛାଡି ଦେଇଥିଲେ।
