ଶରୀର ପାଇଁ ନିରାମିଷ ନା ଆମିଷ, କେଉଁ ଖାଦ୍ୟଟି ହିତକର ? ଗବେଷଣା କ’ଣ କହୁଛି ଆସନ୍ତୁ ଜାଣିବା

ବର୍ତ୍ତମାନ ଖାଦ୍ୟ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ବୋଲି ଆମେ ସମସ୍ତେ ଜାଣିଚୁ, ତଥାପି ଆମିଷ ଓ ନିରାମିଷ ଖାଦ୍ୟକୁ ନେଇ ଅନେକ ସମୟରେ ଆମେ ଭାବିଥାଉ କେଉଁ ଖାଦ୍ୟଟି ଆମ ଶରୀର ପାଇଁ ହିତକର l ବର୍ତମାନ ଗବେଷଣା ନିରାମିଷ ଓ ଆମିଷ ଖାଦ୍ୟକୁ ନେଇ ଚାଲିଛି l ଅନେକଙ୍କ ମତରେ ଉଭୟ ଖାଇବା ଶରୀର ପାଇଁ ଜରୁରୀ, କିନ୍ତୁ ଅନେକ ଲୋକଙ୍କ ମତରେ ଆମିଷ ଖାଇବା ଉଚିତ ନୁହେଁ l
ଅଧ୍ୟୟନ କହୁଛି ଯେ ମଣିଷ ଶରୀରର କିଛିଟା ଭିଟାମିନ ର କମି ପୁରା ହୋଇଥାଏ ଆମିଷ ଖାଦ୍ୟ ରେ, କିନ୍ତୁ ଏହା ଆମକୁ ନିରାମିଷ ଖାଦ୍ୟରୁ ମଧ୍ୟ ମିଳିପାରିବ l କିନ୍ତୁ ନିରାମିଷ ଖାଦ୍ୟ ବା ସାତ୍ଵିକ ଖାଦ୍ୟ ଶରୀର ପାଇଁ ସର୍ବଦା ହିତକର ଅଟେ lକଣ କହୁଛି ଗବେଷଣା…

– ଗବେଷଣା କହୁଛି ଯେ ଆମିଷ ଖାଦ୍ୟ ଦ୍ୱାରା ମଣିଷ ଓଜନ ବୃଦ୍ଧିର ଶିକାର ହେବା ସହିତ, ମଧୁମେହ, ରକ୍ତଚାପ ଭଳି ରୋଗର ଶିକାର ହୋଇଥାଏ l ଏହାଛଡା ହାଇ କୋଲେଷ୍ଟ୍ରଲ ରେ ପୀଡିତ ଏବଂ ହାର୍ଟ ରେ ବ୍ଳକେଜ ମଧ୍ୟ ଆସିଥାଏ l ଯେଉଁ ଲୋକମାନେ ଆମିଷ ଖାଦ୍ୟ ଖାଇ ନଥାଆନ୍ତି ସେମାନେ ଓଜନ ନିୟନ୍ତ୍ରିତ ରହିବା ସହିତ ସୁସ୍ଥ ଜୀବନ ଅତିବାହିତ କରନ୍ତି l
-ଅଧ୍ୟୟନ କହୁଛି ଯେ ଆମେ ଯଦି ପ୍ରୋସେସଡ଼ ଫୁଡ ସ୍ଥାନରେ ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ ଖାଇବା ତେବେ ଅନ୍ତ ରେ ବିଭିନ୍ନ ସୁଧାର ଆସିବ l ଯଦି ଆପଣ ମାଂସ କୁ ପ୍ଲାଣ୍ଟ ବେସ୍ଡ ଫୁଡ ରେ ପରିବର୍ତ୍ତନ କରିବେ ତେବେ ଆପଣ ଭିଟାମିନ ବି କମି , ଏନିମିଆ ସମସ୍ୟା , ମାଂସପେଶୀ ରେ ଯନ୍ତ୍ରଣା ଭଳି ସମସ୍ୟା ଠାରୁ ଦୁରେଇ ରହିବେ l
-ଭେଜିଟେରିଆନ ଖାଦ୍ୟ ହାର୍ଟ ସମସ୍ୟା ଠାରୁ ଦୁରେଇ ରଖିଥାଏ ଏବଂ କ୍ୟାନ୍ସର ବିପଦ କୁ କମ କରିଥାଏ l ଏବଂ ଅଧ୍ୟୟନ କହୁଛି ଯେ ଯେଉଁ ମାନେ ଅଧିକ ପ୍ଲାଣ୍ଟ ବେସ୍ଡ ଫୁଡ ସେବନ କରନ୍ତି ସେମାନଙ୍କ ଶରୀରର ଇନ୍ସୁଲିନ ପ୍ରତିରୋଧ କ୍ଷମତା ବୃଦ୍ଧି ହୋଇଥାଏ l
-ପୂର୍ବ କାଳରେ ସାତ୍ଵିକ ଭୋଜନ କରିବା ଦ୍ୱାରା ତ୍ୱଚା ରେ ଚମକ ଆସୁଥିଲା, ସ୍ୱାସ୍ଥ୍ୟ ସମସ୍ୟା ଖୁବ କମ ଦେଖିବାକୁ ମିଳୁଥିଲା, ଓଜନ ମଧ୍ୟ ସାମାନ୍ୟ ରହୁଥିଲା l
– ଏହି ଅଧ୍ୟୟନ ରେ କିଛିଟା ପଶୁ ମାଂସ ସେବନ କରୁଥିବା ବ୍ୟକ୍ତିଙ୍କୁ ସାମିଲ କରାଯାଇ ଥିଲା l ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ଯେଉଁମାନେ ସାକାହାରୀ ଭୋଜନ ସେବନ କରୁଛନ୍ତି ସେମାନଙ୍କ ଓଜନ ଠିକ ରହୁଛି l
– ଏବଂ ଏହା ମଧ୍ୟ ଅଧ୍ୟୟନ ରେ କୁହାଯାଇଛି ଯେ ଆବଶ୍ୟକତା ଠାରୁ ଅଧିକ ଆମିଷ ଭକ୍ଷଣ ହାର୍ଟ ଓ ପେଟ ସମସ୍ୟାର କାରଣ ହୋଇଥାଏ l ପ୍ଲାଣ୍ଟ ବେସ୍ଡ ଫୁଡ ରେ ଭରପୁର ମାତ୍ରାରେ ଖଣିଜ, ପୋଷଣ, ଫାଇବର, ଭିଟାମିନ, କାର୍ବୋହାଇଡ୍ରେଟ୍ସ ରହିଥାଏ l ଯାହାକି ପାଚନ ସମସ୍ୟାରେ ସୁଧାର ଆଣିଥାଏ l