ଆପଣ ବି ଦଲିଆ ଏବଂ ଓଟ୍ସ ଖାଉଛନ୍ତି କି?

ଭୁବନେଶ୍ୱର: ଆଜିକାଲିର ଜୀବନଶୈଳୀରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ। ସକାଳର ଜଳଖିଆ ଖାଇବା ଅତ୍ୟନ୍ତ ଉପକାରୀ କାରଣ ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ବର୍ତ୍ତମାନ ସମୟରେ ଦଲିଆ ଓ ଓଟ୍ସ ଦୁଇଟି ଲୋକପ୍ରିୟ ଓ ପୁଷ୍ଟିକର ଖାଦ୍ୟ ଅଟେ, ଯାହାକୁ ଲୋକେ ଏବେ ନିଜ ଖାଦ୍ୟ ତାଲିକାରେ ସାମିଲ କରିଛନ୍ତି। କିନ୍ତୁ, ଏହା ମଧ୍ୟରୁ କେଉଁଟି ଅଧିକ ଉପକାରୀ? ତେବେ ଜଣିରଖନ୍ତୁ ଦଲିଆ ଓ ଓଟ୍ସର କଣ ରହିଛି ଉପକାରିତା।
ଦଲିଆ: ଦଲିଆ ହେଉଛି ଗହମର ଖଦଡ଼ା ଅଂଶ। ଏହା ଭାରତୀୟ ରୋଷେଇରେ ବ୍ୟବହୃତ ହୁଏ, ଯେପରିକି ଖିଚୁଡ଼ି, ଉପମା କିମ୍ବା ପୋଲାଓ ତିଆରିରେ।
ଓଟ୍ସ: ଓଟ୍ସ ହେଉଛି ଏକ ପ୍ରକାରର ଶସ୍ୟ। ଓଡ଼ିଶାରେ ଏହାକୁ ଅନେକେ କ୍ଷୀର କିମ୍ବା ପାଣିରେ ରାନ୍ଧି ଖାଆନ୍ତି।
ଦଲିଆ ଓ ଓଟ୍ସ ଉଭୟ ପୁଷ୍ଟିକର ହେଲେ ମଧ୍ୟ ସେମାନଙ୍କର ପୁଷ୍ଟିଗୁଣରେ କିଛି ପାର୍ଥକ୍ୟ ରହିଛି। ୧୦୦ ଗ୍ରାମ ଦଲିଆ ଓ ଓଟ୍ସର ପୁଷ୍ଟିମାନ ନିମ୍ନଲିଖିତ:
ଦଲିଆ:
କ୍ୟାଲୋରୀ: ୩୪୨ କିଲୋକ୍ୟାଲୋରୀ
ପ୍ରୋଟିନ: ୧୨ ଗ୍ରାମ
କାର୍ବୋହାଇଡ୍ରେଟ: ୭୬ ଗ୍ରାମ
ଫାଇବର: ୬.୭ ଗ୍ରାମ
ଅନ୍ୟାନ୍ୟ: ଆଇରନ, ମ୍ୟାଗ୍ନେସିୟମ, ବି-ଭିଟାମିନ, ଓ ଜିଙ୍କ
ଗ୍ଲାଇସେମିକ ଇଣ୍ଡେକ୍ସ (GI): ୪୧
ଓଟ୍ସ:
କ୍ୟାଲୋରୀ: ୩୮୯ କିଲୋକ୍ୟାଲୋରୀ
ପ୍ରୋଟିନ: ୧୬.୯ ଗ୍ରାମ
କାର୍ବୋହାଇଡ୍ରେଟ: ୬୬.୩ ଗ୍ରାମ
ଫାଇବର: ୧୦.୬ ଗ୍ରାମ
ଅନ୍ୟାନ୍ୟ: ବିଟା-ଗ୍ଲୁକାନ, ମ୍ୟାଙ୍ଗାନିଜ, ଫସଫରସ, ଓ ଆଇରନ
ଗ୍ଲାଇସେମିକ ଇଣ୍ଡେକ୍ସ (GI): ୫୫ (ନିମ୍ନ-ମଧ୍ୟମ)
କେଉଁଟି ସ୍ୱାସ୍ଥ୍ୟ ପାଇଁ ଉପକାରୀ:-
ଦଲିଆ: ଓଜନ ହ୍ରାସ: ଡାଲିଆରେ ଥିବା ଉଚ୍ଚ ଫାଇବର ଓ ନିମ୍ନ ଗ୍ଲାଇସେମିକ ଇଣ୍ଡେକ୍ସ ହେତୁ ଏହା ଦୀର୍ଘ ସମୟ ପାଇଁ ପେଟକୁ ଭର୍ତ୍ତି ରଖେ, ଯାହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ।
ହଜମ ଶକ୍ତି: ଏହା କୋଷ୍ଠକାଠିନ୍ୟ ଦୂର କରେ ଓ ପାଚନ ତନ୍ତ୍ରକୁ ସୁସ୍ଥ ରଖେ।
ଡାଇବେଟିସ ନିୟନ୍ତ୍ରଣ: ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ।
ପୁଷ୍ଟିସମୃଦ୍ଧ: ଆଇରନ ଓ ବି-ଭିଟାମିନ ହେତୁ ଏହା ରକ୍ତହୀନତା ପ୍ରତିରୋଧ କରେ।
ଓଟ୍ସ:
ହୃଦୟ ସ୍ୱାସ୍ଥ୍ୟ: ଓଟ୍ସରେ ଥିବା ବିଟା-ଗ୍ଲୁକାନ ନାମକ ଫାଇବର କୋଲେଷ୍ଟେରଲ ହ୍ରାସ କରେ ଓ ହୃଦୟ ସ୍ୱାସ୍ଥ୍ୟକୁ ଉନ୍ନତ କରେ।
ଓଜନ ନିୟନ୍ତ୍ରଣ: ଉଚ୍ଚ ଫାଇବର ହେତୁ ଏହା ଦୀର୍ଘ ସମୟ ପାଇଁ ଭୋକ ନିୟନ୍ତ୍ରଣ କରେ।
ରୋଗ ପ୍ରତିରୋଧକ ଶକ୍ତି: ଜିଙ୍କ ଓ ସେଲେନିୟମ ହେତୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
ଡାଇବେଟିସ ନିୟନ୍ତ୍ରଣ: ବିଟା-ଗ୍ଲୁକାନ ରକ୍ତରେ ଶର୍କରା ଶୋଷଣକୁ ଧୀମା କରେ।
କେଉଁଟି ଅଧିକ ଭଲ?
ଦଲିଆ ଓ ଓଟ୍ସ ଉଭୟ ସ୍ୱାସ୍ଥ୍ୟ ପାଇଁ ହିତକର। ମାତ୍ର ଓଟ୍ସରେ ଅଧିକ ଫାଇବର ଓ ବିଟା-ଗ୍ଲୁକାନ ଥାଏ, ଯାହା ହୃଦୟ ସ୍ୱାସ୍ଥ୍ୟ ଓ କୋଲେଷ୍ଟେରଲ ନିୟନ୍ତ୍ରଣ ପାଇଁ ଅଧିକ ଉପକାରୀ ଉଭୟ ଓଜନ ହ୍ରାସରେ ସାହାଯ୍ୟ କରେ, କିନ୍ତୁ ଓଟ୍ସରେ ଅଧିକ ଫାଇବର ହେତୁ ଏହା ଅଧିକ ସମୟ ପାଇଁ ପେଟ ଭର୍ତ୍ତି ରଖେ। ଏହା ଡାଇବେଟିସ ରୋଗୀଙ୍କ ପାଇଁ ଅଧିକ ଉପଯୁକ୍ତ ହୋଇପାରେ। ଡାଲିଆ ମଧ୍ୟ ଓଡ଼ିଶାରେ ସହଜ ଓ ଶସ୍ତା ଦାମରେ ମିଳେ । ଏହାକୁ ଖିଚୁଡ଼ି କରି କିମ୍ଵା କ୍ଷୀରରେ ରାନ୍ଧି ଖାଇପରିବେ। ଏହା ଓଜନ ହ୍ରାସ ରେ ସାହାର୍ଯ୍ୟ କରିବା ସହ ଅଧିକ ସମୟ ପେଟ ଭର୍ତ୍ତି କରି ରଖେ।ଏକ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଆପଣ ଏହାକୁ ଖାଇପାରିବେ।ତେଣୁ, ନିଜର ସ୍ୱାସ୍ଥ୍ୟ ତଥା ସ୍ୱାଦ ଅନୁସାରେ ଦଲିଆ କିମ୍ବା ଓଟ୍ସ ଆପଣଙ୍କ ଜୀବନରେ ମିଶାଇ ପାରିବେ।

Leave a Reply

Your email address will not be published. Required fields are marked *