ନ୍ୟୁଜରେ ରହିବା ପାଇଁ ଏମିତି କରୁଛନ୍ତି ବିଜେଡି-କଂଗ୍ରେସ: ଅପରାଜିତା

ଭୁବନେଶ୍ୱର : ଆଜି କଂଗ୍ରେସର ବନ୍ଦ ପାଳନ ସହ ଗତକାଲି ବିଜେଡିର ବିରୋଧ ପ୍ରଦର୍ଶନକୁ ନେଇ ଆଜି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ସେ କହିଛନ୍ତି ଯେ ବିଜେଡ଼ି ସରକାର ଓଡିଶାକୁ 24 ବର୍ଷ ଶାସନ କରିଛି | ଯିଏ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ସମସ୍ତେ ଜାଣିଛନ୍ତି | ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ କି ? କଂଗ୍ରେସ ମଧ୍ୟ 40 ବର୍ଷ ସରକାରରେ ଥିଲା | ବହୁତ ସଂଖ୍ୟାରେ ମହିଳାମାନଙ୍କ ସହ ଅଘଟଣ ହୋଇଛି | କେବେ ବି ରାଷ୍ଟ୍ରପତି ଆସିଥିଲେ କି ? ବିଜେଡ଼ି ଓ କଂଗ୍ରେସ ଏବଂ ଦିଲ୍ଲୀରୁ ଆସିଥିବା କଂଗ୍ରେସ ନେତାମାନେ ବାତାବରଣକୁ ଅଶାନ୍ତ କରୁଛନ୍ତି | ବିଜେଡ଼ି 24 ବର୍ଷ ସରକାର ଭିତରେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ | କଂଗ୍ରେସ 40 ବର୍ଷ ସରକାରରେ ଥିଲା । କାହିଁକି ସେମାନେ ଏବେ ଯାଏଁ ମହିଳା ସୁରକ୍ଷା ପାଇଁ ଇକୋ ସିଷ୍ଟମ ତିଆରି କରିନଥିଲେ ? ଦୋଷାରୋପଣ ରାଜନୀତି ଚାଲିଛି | ବିରୋଧୀ ନିଜ ଅସ୍ତିତ୍ଵ ରକ୍ଷା ପାଇଁ ଏହି ସବୁ କାର୍ଯ୍ୟକ୍ରମ କରୁଛନ୍ତି | ସେମାନେ ନିଜ ଆତ୍ମସମୀକ୍ଷା କରି ରାଜରାସ୍ତାକୁ ଓହ୍ଲାଇଥିଲେ ଭଲ ହୋଇଥାନ୍ତା | ମହିଳାମାନଙ୍କୁ ନିଜ ସମୟରେ ସେମାନେ କେତେ ନ୍ୟାୟ ଦେଇଛନ୍ତି, ଆମେ ଜାଣିଛୁ | କେବଳ ସାର୍ଥକ ରହିବା ପାଇଁ, ପ୍ରାସଙ୍ଗିକ ରହିବା ପାଇଁ ଏବଂ ନ୍ୟୁଜରେ ରହିବା ପାଇଁ ଏଭଳି କରୁଛନ୍ତି କଂଗ୍ରେସ ଏବଂ ବିଜେଡ଼ି | ବିରୋଧୀଙ୍କ ଆନ୍ଦୋଳନକୁ ସମସ୍ତେ ନାପସନ୍ଦ କରୁଛନ୍ତି | ସୋସିଆଲ ମିଡ଼ିଆ ପୋଷ୍ଟ ଦେଖାଇ ବିରୋଧୀଙ୍କୁ ଘେରିଲେ ଅପରାଜିତା | କିପରି ଭାବେ ବିଜେଡ଼ି ଓ କଂଗ୍ରେସ କର୍ମୀ ମାନେ ପୀଡ଼ିତା ଝିଅଙ୍କୁ ଅତ୍ୟାଚାର କରୁଥିଲେ | ଏଭଳି ସମୟରେ ବିରୋଧୀଙ୍କ ବ୍ୟବହାରକୁ ଲୋକ ନିନ୍ଦା କରୁଛନ୍ତି | ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି ।ବିଜେଡ଼ି ଏବଂ କଂଗ୍ରେସ ଯଦି ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିଥାନ୍ତେ, ତେବେ କେବେ ବି ଏଭଳି ଘଟଣା ଘଟିନଥାନ୍ତା | ନାଁ ନ ନେଇ ଅଳକା ଲାମ୍ବାଙ୍କୁ ଟାର୍ଗେଟ କଲେ ଅପରାଜିତା | ଜଣେ ମହିଳା ନେତ୍ରୀ ବାତାବରଣକୁ ଆଶାନ୍ତ କରିବା ପାଇଁ ଦିଲ୍ଲୀରୁ ଆସିଲେ | ମହିଳା ସୁରକ୍ଷା ଉପରେ କହିବା ପାଇଁ କଂଗ୍ରେସ ଏବଂ ବିଜେଡ଼ିର ନୈତିକ ଅଧିକାର ନାହିଁ |

Leave a Reply

Your email address will not be published. Required fields are marked *