ପିଓକେକୁ ଫେରାଇ ଆଣିବୁ: ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ‘ଅପରେସନ୍‌ ସିନ୍ଦୂର’ ଉପରେ ସ୍ବତନ୍ତ୍ର ଆଲୋଚନାରେ ଭାଗ ନେଇ ପିଓକେ(ପାକ୍‌ ଅଧିକୃତ କାଶ୍ମୀର) ଫେରାଇ ଆଣିବାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ କଂଗ୍ରେସ ସମେତ ବିରୋଧୀ ଦଳମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ଜବାବ ଦେଇଛନ୍ତି। ଶାହା କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମତେ ଅନେକ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ନିକଟରୁ ଫୋନ୍‌ ‌ଆସିଥିଲା। ଆକ୍ରମଣକାରୀଙ୍କ ମୁଣ୍ଡକୁ ଗୁଳିକରି ମାରିବାପାଇଁ ସେମାନେ ଅନୁରୋଧ କରିଥିଲେ। ଏବେ ସଂଯୋଗ ଦେଖନ୍ତୁ, ଆମ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ମୁଣ୍ଡକୁ ଗୁଳିକରି ନିପାତ କରିଛନ୍ତି। ଶାହା କହିଛନ୍ତି, ଅପରେସନ୍‌ ମହାଦେବରେ ନିପାତ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣର ସମସ୍ତ ୩ ଆତଙ୍କବାଦୀଙ୍କ ମୁଣ୍ଡକୁ ଗୁଳି କରାଯାଇଛି। ଶାହା କହିଛନ୍ତି, ମୁଁ ଏକ କଡ଼ା ବାର୍ତ୍ତା ଦେବାକୁ ଚାହୁଛି ଯେ କାଶ୍ମୀର ଆତଙ୍କବାଦ ମୁକ୍ତ ହେବ। ତେବେ ଶାହା ଭାଷଣ ଦେଉଥିବାବେଳେ ବିରୋଧୀ ଦଳ ନେତାମାନେ ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ଉପସ୍ଥିତ ନାହାନ୍ତି କହି ହୋହଲ୍ଲା କରିଥିଲେ ଏବଂ କକ୍ଷତ୍ୟାଗ କରି ଶାହଙ୍କ ଜବାବ ଶୁଣିନଥିଲେ। ଶାହ ଏଥିପାଇଁ କଂଗ୍ରେସ ଦଳକୁ କଟାକ୍ଷ କରି କହିଥିଲେ ଯେ କଂଗ୍ରେସ ପାକିସ୍ତାନକୁ ପିଓକେ ଦେଇ ଦେଇଛି, କିନ୍ତୁ ବିଜେପି ପିଓକେକୁ ଫେରାଇ ଆଣିବ।

Leave a Reply

Your email address will not be published. Required fields are marked *