ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥପ୍ପାଙ୍କ ନାଁରେ ୱାରେଣ୍ଟ ଜାରି

ଭାରତୀୟ ଟିମର ପୂର୍ବତନ ବ୍ୟାଟର ରବିନ ଉଥପ୍ପାଙ୍କ ନାମରେ ପ୍ରୋଭିଡେଣ୍ଟ ଫଣ୍ଡ ଦୁର୍ନୀତି ମାମଲାରେ ୱାରେଣ୍ଟ ଜାରି ହୋଇଛି । ଏହି ୱାରେଣ୍ଟ ଆଞ୍ଚଳିକ ପିଏଫ ଆୟୁକ୍ତ ସଦାକ୍ଷରୀ ଗୋପାଳ ରେଡ୍ଡୀ ଜାରି କରିଛନ୍ତି । ରେଡ୍ଡୀଙ୍କ ତରଫରୁ ଜାରି ହୋଇଥିବା ୱାରେଣ୍ଟ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲକେଶିନଗର ପୋଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ରବିନ ଉଥପ୍ପା ସେଞ୍ଚୁରିଜ ଲାଇଫଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡକୁ ଚଳାଉଛନ୍ତି । ସେ ତାଙ୍କ କମ୍ପାନୀରେ ଚାକିରି କରିଥିବା କର୍ମଚାରୀଙ୍କ ପିଏଫ କାଟିଥିଲେ ସତ, କିନ୍ତୁ ସେହି ଟଙ୍କାକୁ ନିଜ କର୍ମଚାରୀଙ୍କ ଆକାଉଣ୍ଟରେ ଜମା କରିନଥିଲେ । ଏହି ମାମଲାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ କ୍ରିକେଟରଙ୍କ ଉପରେ ମୋଟ ୨୩ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।ପିଏଫ ଆୟୁକ୍ତ ସଦାକ୍ଷରୀ ଗୋପାଳ ରେଡ୍ଡୀ ୪ ଡିସେମ୍ବରରୁ ଏକ ଚିଠି ପୁଲକେଶିନଗର ପୋଲିସକୁ ଲେଖିଥିଲେ ।

ଯେଉଁଥିରେ ଉଥପ୍ପାଙ୍କ ୱାରଣ୍ଟେ ଜାରି କରି ଗିରଫ କରାଯିବାକୁ କୁହାଯାଇଛି । କିନ୍ତୁ ପୋଲିସ ଏହି ୱାରଣ୍ଟେ ପିଏଫ ଅଫିସକୁ ଫେରାଇ ଦେଇଥିଲା କି, ଉଥପ୍ପା ନିଜ ଘର ବଦଳାଇ ଦେଇଛନ୍ତି ।ସୂଚନାଯୋଗ୍ୟ, ରବିନ ଉଥପ୍ପା ଭାରତୀୟ ଟିମର ଚର୍ଚ୍ଚିତ ଚେହେରା । ସେ ୫୯ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଥିଲେ । ସେ ୫୪ ମ୍ୟାଚରେ ୧୧୮୩ ରନ୍ କରିଛନ୍ତି । ଇଣ୍ଟରନ୍ୟାସନାଲ କ୍ରିକେଟରେ ତାଙ୍କ ନାମରେ ୭ଟି ଅର୍ଦ୍ଧଶତକ ରହିଛି ।

Leave a Reply

Your email address will not be published. Required fields are marked *