ଦର୍ଶକଙ୍କୁ ଆକ୍ସନ ତଡକା ଦେବାକୁ ଆସୁଛନ୍ତି ଦେବରକୋଣ୍ଡା

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ଫ୍ୟାନଙ୍କ ପାଇଁ ଖୁସିର ଖବର! ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ଆଗାମୀ ଫିଲ୍ମ ‘କିଙ୍ଗଡମ୍’କୁ ସେନ୍ସର ବୋର୍ଡ ସାର୍ଟିଫିକେଟ ଦେଇଥିବାବେଳେ ଆସନ୍ତା ୩୧ ଜୁଲାଇରେ ଶୁଭମୁକ୍ତି ହେବାକୁ ଯାଉଛି।ବିଜୟଙ୍କ ଫ୍ୟାନସ ମାନେ ଏହି ଫିଲ୍ମକୁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ, ଏବଂ ଏବେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି।

କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ଏହି ଫିଲ୍ମକୁ ୟୁ/ଏ ପ୍ରମାଣପତ୍ର ପ୍ରଦାନ କରିଛି, ଯାହାର ଅର୍ଥ ଏହା ସମସ୍ତ ବୟସର ଦର୍ଶକଙ୍କ ପାଇଁ ଉପଯୁକ୍ତ, ତେବେ ୧୨ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ପିତାମାତାଙ୍କ ମାର୍ଗଦର୍ଶନ ଆବଶ୍ୟକ। ଫିଲ୍ମର ପ୍ରଯୋଜନା କମ୍ପାନୀ ସୀତାରା ଏଣ୍ଟରଟେନମେଣ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ସେୟାର କରିଛି।

ଗୌତମ ତିନ୍ନାନୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡା ଏକ ଦମଦାର ଆକ୍ସନ ଅବତାରରେ ନଜର ଆସିବେ। ତାଙ୍କ ସହ ଅଭିନୟ କରୁଛନ୍ତି ଭାଗ୍ୟଶ୍ରୀ ବୋର୍ସେ। ଫିଲ୍ମର ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର, ଯାହା ଏହାର ଆକର୍ଷଣକୁ ଆହୁରି ବୃଦ୍ଧି କରିଛି।ଏହି ଫିଲ୍ମଟି ତେଲୁଗୁ, ତାମିଲ ଏବଂ ହିନ୍ଦୀ ଭାଷାରେ ରିଲିଜ୍ ହେବ|

Leave a Reply

Your email address will not be published. Required fields are marked *