ଭାରତୀୟ ପୁରୁଷଙ୍କଠାରେ ବଢୁଛି ମୂତ୍ରନଳୀ ସଂକ୍ରମଣ (ୟୁଟିଆଇ)

ଗରୁ ୟୁଟିଆଇ ମୁଖ୍ୟତଃ ମହିଳାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଭାବେ ବିବେଚନା କର ଯାଉଥିବା ବେଳେ, ବର୍ତ୍ତମାନ ଭାରତୀୟ ପୁରୁଷମାନଙ୍କଠାରେ ଏହି ସମସ୍ୟା ଗୁରୁତର ଓ କ୍ରମାଗତ ଭାବରେ ବୃଦ୍ଧି ହୋଇଛି।। ବିଗତ କିଛି ବର୍ଷରେ ସହରାଞ୍ଚଳର ଡାକ୍ତରଖାନାଗୁଡ଼ିକରେ ପୁରୁଷମାନଙ୍କ ମଧ୍ୟରେ ୟୁଟିଆଇ ମାମଲା ତିନିରୁ ଚାରି ଗୁଣ ବୃଦ୍ଧି ପାଇଛି।

ଯେତେବେଳେ ଜୀବାଣୁ ମୂତ୍ରାଶୟ, ବୃକ୍‌କ କିମ୍ବା ମୂତ୍ରନଳୀର କୌଣସି ଅଂଶକୁ ସଂକ୍ରମିତ କରନ୍ତି, ସେତେବେଳେ ମୁତ୍ରନଳୀ ସଂକ୍ରମଣ ହୁଏ | ଏହା ପରିସ୍ରା ସମୟରେ ଜଳାପୋଡ଼ା, ପରିସ୍ରାର ରଙ୍ଗ ବଦଳିବା, ତଳିପେଟରେ ଅସ୍ୱସ୍ତି ଆଦି ଲକ୍ଷଣ ସୃଷ୍ଟି କରିଥାଏ। ଗୁରୁତର ମାମଲାରେ ଜ୍ୱର, ପରିସ୍ରାରେ ରକ୍ତ କିମ୍ବା ଅଣ୍ଡକୋଷରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ଆବଶ୍ୟକ।

ଭାରତରେ ଗରମ ଓ ଆର୍ଦ୍ର ଜଳବାୟୁ ଏହି ସଂକ୍ରମଣର ଏକ ପ୍ରମୁଖ କାରଣ। ଅନେକ ପୁରୁଷ ପର୍ଯ୍ୟାପ୍ତ ପାଣି ପିଅନ୍ତି ନାହିଁ, ଯାହା ଡିହାଇଡ୍ରେସନ୍ ସୃଷ୍ଟି କରି ଜୀବାଣୁ ବୃଦ୍ଧିକରିବାରେ ସହାୟକ ହୁଏ। ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ ୟୁଟିଆଇ ଅଧିକ ଜଟିଳ ହୋଇପାରେ, ଯାହା ଚିକିତ୍ସା ନ ହେଲେ ପ୍ରୋଷ୍ଟାଟାଇଟିସ୍, ବୃକ୍‌କ ସଂକ୍ରମଣ କିମ୍ବା ୟୁରୋସେପ୍ସିସ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।ତେଣୁ ଲକ୍ଷଣ ଅନୁଭବ କଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ପ୍ରାରମ୍ଭିକ ପରାମର୍ଶ ଦୀର୍ଘକାଳୀନ କ୍ଷତିକୁ ରୋକିବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମୟୋଚିତ ଚିହ୍ନଟ କରିପାରିବ।

Leave a Reply

Your email address will not be published. Required fields are marked *