ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ଅସ୍ଥାୟୀ ରୋକ୍ ଲଗାଇଲେ କୋର୍ଟ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜନ୍ମଗତ ନାଗରିକତା ଉପରେ ରୋକ୍ ଲଗାଇଥିବା ଆଦେଶକୁ ଗୁରୁବାର ଆମେରିକାର ଏକ ଅଦାଲତ ଖାରଜ କରିଦେଇଛନ୍ତି। ୱାଶିଂଟନର ଜିଲ୍ଲା ଜଜ୍ ଜନ୍ କଫନର ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ଆଦେଶ ଉପରେ ରୋକ ଲଗାଇଛନ୍ତି। ଏହା ସ୍ପଷ୍ଟ ଭାବେ ଅସାମ୍ବିଧାନିକ ବୋଲି କହିବା ସହ ଏହି ନୀତିକୁ କାର୍ଯ୍ୟକାରୀ ନ କରିବା ପାଇଁ ଅସ୍ଥାୟୀ ନିଷେଧାଦେଶ ଜାରି କରିଛନ୍ତି। ଏଥିସହ ଡୋନାଲ୍ଡ ଟ୍ରମ୍ପ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।
ଫେଡେରାଲ କୋର୍ଟର ବିଚାରପତି ଜନ୍ କଫନର ୱାଶିଂଟନ ଷ୍ଟେଟ୍ ଆଟର୍ଣ୍ଣି ଜେନେରାଲ ନିକ୍ ବ୍ରାଉନ୍ ଏବଂ ଡେମୋକ୍ରାଟିକ୍ ନେତୃତ୍ୱାଧୀନ ରାଜ୍ୟଗୁଡ଼ିକର ଜରୁରୀକାଳୀନ ଅନୁରୋଧକୁ ଗ୍ରହଣ କରିଛନ୍ତି। ଏହାଦ୍ୱାରା ଆଇନଗତ ଚ୍ୟାଲେଞ୍ଜ ପାଇଁ ଏହି ଆଦେଶକୁ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇପାରିବ । ଏପରିକି ଆଦେଶରେ ଦସ୍ତଖତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଓକିଲମାନେ କେଉଁଠି ଥିଲେ ବୋଲି ଜଷ୍ଟିସ୍ କଫନର ପ୍ରଶ୍ନ କରିଛନ୍ତି।
ଜଷ୍ଟିସ କଫନର କହିଛନ୍ତି, ମୁଁ ୪ ଦଶନ୍ଧି ଧରି ଖଣ୍ଡପୀଠରେ ରହିଆସିଛି। ଅନ୍ୟ କୌଣସି ମାମଲା ମୋର ମନେ ନାହିଁ ଯେଉଁଠାରେ ଉଠାଯାଇଥିବା ପ୍ରଶ୍ନଗୁଡ଼ିକ ଏତେ ସ୍ପଷ୍ଟ ଥିଲା,” ସେ କହିଥିଲେ ଯେ ଯେତେବେଳେ ଆଦେଶରେ ସ୍ୱାକ୍ଷର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ସେତେବେଳେ ଓକିଲମାନେ କେଉଁଠାରେ ଥିଲେ। ବାର୍ ର ଜଣେ ସଦସ୍ୟ ଏହି ଆଦେଶକୁ ସାମ୍ବିଧାନିକ ବୋଲି କହିବେ ବୋଲି ତାଙ୍କ ମନରେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହିଛନ୍ତି।
ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଜବାବ ରଖିଛନ୍ତି । ଏ ସମ୍ପର୍କରେ ଓଭାଲ୍ ଅଫିସ୍ ରେ ସାମ୍ବାଦିକମାନଙ୍କୁ ପଚରାଯିବାରୁ ସେ କହିଛନ୍ତି, ନିଶ୍ଚିତ ଭାବେ ଆମେ ଏହା ବିରୋଧରେ ଆବେଦନ କରିବୁ।
ଜଷ୍ଟିସ ଜନ୍ କଫନର କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଏହି ଆଦେଶ ସ୍ପଷ୍ଟ ଭାବେ ଅସାମ୍ବିଧାନିକ। ଡେମୋକ୍ରାଟିକ୍ ନେତୃତ୍ୱାଧୀନ ରାଷ୍ଟ୍ର କହିଛି ଯେ ଟ୍ରମ୍ପଙ୍କ ଆଦେଶ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନକୁ ଉଲ୍ଲଂଘନ କରୁଛି।
ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଆମେରିକା ମାଟିରେ ଜନ୍ମିତ ସମସ୍ତ ପିଲାଙ୍କୁ ନାଗରିକତା ପ୍ରଦାନ କରିଛି। ଏଥିରେ ପ୍ରବାସୀଙ୍କ ପିଲାଙ୍କୁ ନାଗରିକତା ଅଧିକାର ମଧ୍ୟ ମିଳିଥାଏ।
ୱାଶିଂଟନର ଜଣେ ଓକିଲ ଲେନ୍ ପୋଲୋଜୋଲା କହିଛନ୍ତି ଯେ ଆଜି ସାରା ଦେଶରେ ପିଲାଜନ୍ମ ନେଉଛନ୍ତି, ଯେଉଁମାନଙ୍କର ନାଗରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଆଦେଶ ଅନୁଯାୟୀ ନାଗରିକତାରୁ ବଞ୍ଚିତ ହୋଇଥିବା ପିଲାମାନେ ନକାରାତ୍ମକ ପ୍ରଭାବର ସମ୍ମୁଖୀନ ହେବେ।
