୧୫ ଦିନର ଅତ୍ୟାଚାରର କାହାଣୀ । ବ୍ରସ୍ କରିବାକୁ ଦେଉନଥିଲେ କି ଖାଇବାକୁ ଦେଉନଥିଲେ

୧୧୬ ଜଣ ଭାରତୀୟ, ଯିଏ ୧୫ଦିନର ଅକଥନୀୟ ଅତ୍ୟାଚାରର ଶିକାର ହୋଇଛନ୍ତି । କୌଣସି ଶତ୍ରୁ ଏମାନଙ୍କ ଉପରେ ଅତ୍ୟାଚାର କରିନି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଲ ବନ୍ଧୁ କୁହାଯାଉଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭାରତୀୟଙ୍କ ଉପରେ ଏପରି ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୋଗ କରିଛନ୍ତି ଜଣେ ଆମେରିକୀ ଫେରନ୍ତା ।

ଆମେରିକାରେ ବେଆଇନ୍ ଭାବେ ଅନୁପ୍ରବେଶ କରି ରହିଆସୁଥିବା ଭାରତୀୟଙ୍କୁ ନିଜ ଦେଶରୁ ବାହାର କରିବା ଯୋଜନା ଆରମ୍ଭ କରିଛି ଆମେରିକା । ଯେଉଁମାନେ ଆମେରିକାରେ ବେଆନ୍ ଭାବେ ରହିଆସୁଥିଲେ ସେମାନଙ୍କୁ ଚିହ୍ନଟ କରି ଭାରତ ପଠାଇଦେଉଛି ଆମେରିକା । ଏହି କ୍ରମରେ ଗତ ରବିବାର ତୃତୀୟ ପର୍ଯ୍ୟାୟରେ ୧୧୬ଜଣ ଭାରତୀୟଙ୍କୁ ଆମେରିକା ଭାରତ ପଠାଇଛି । ଭାରତ ଫେରିବା ପରେ ୨୫ ବର୍ଷିୟ ଯୁବକ ମନଦୀପ୍ ନିର୍ଯ୍ୟାତନାର କାହାଣୀ କହିଛନ୍ତି ।

ସେ କହିଛନ୍ତି ଯେ ଏହି ପ୍ରକ୍ରିୟା ସମୟରେ ତାଙ୍କୁ ବହୁତ କମ ଖାଦ୍ୟ ଏବଂ ପାଣି ଦିଆଯାଇଥିଲା । ଶୌଚାଳୟକୁ ଯିବା ସମୟରେ ମଧ୍ୟ ତାଙ୍କୁ ହାତକଡ଼ି ଏବଂ ଶିକୁଳି ପିନ୍ଧି ଯିବାକୁ ପଡୁଥିଲା । ମନଦୀପ ଆହୁରି କହିଛନ୍ତି ଯେ ଏହି ନାଗରିକମାନଙ୍କୁ ଆମେରିକୀୟ ପ୍ରଶାସନ ଅନେକ ଅପମାନଜନକ ଅବସ୍ଥାରେ ରଖିଛି । ୧୫ ଦିନ ପର୍ଯ୍ୟନ୍ତ ତାଙ୍କୁ ଗାଧୋଇବାକୁ ସୁଯୋଗ ଦିଆଗଲା ନାହିଁ କି ଦାନ୍ତ ଘଷିବାକୁ ମଧ୍ୟ ଅନୁମତି ଦିଆଗଲା ନାହିଁ । ଏହି ପ୍ରକାରର ଆଚରଣ ଭାରତୀୟ ନାଗରିକଙ୍କ ପାଇଁ ଅତ୍ୟନ୍ତ ମାନସିକ ଯନ୍ତ୍ରଣା ସୃଷ୍ଟି କରିଥିଲା ଏବଂ ସେମାନେ ଏହି ଅଭିଜ୍ଞତାକୁ ଜୀବନସାରା ଭୁଲିପାରିବେ ନାହିଁ ବୋଲି ମନଦୀପ କହିଛନ୍ତି ।

Leave a Reply

Your email address will not be published. Required fields are marked *