ୟୁପିଆଇ ୟୁଜର୍ସଙ୍କୁ ଲାଗିବ ବଡ ଝଟକା ! ଏଣିକି ଭିନ୍ନ ଭିନ୍ନ ପେମେଣ୍ଟ ଉପରେ ଦେବାକୁ ପଡିବ ସର୍ଭିସ୍ ଚାର୍ଜ

କ୍ୟାସ ଯୁଗ ଯାଇଛି, ୟୁପିଆଇ ଯୁଗ ଆସିଛି । ଲୋକେ ଆଉ ପକେଟରେ କ୍ୟାସ୍ ନେଉନାହାନ୍ତି । ପକେଟରେ ମୋବାଇଲ୍ ଅଛି ତ ଆଉ ଚିନ୍ତା ନାହିଁ । ଯେଉଁ ଦୋକାନ ହେଉ କି ସପ୍ ସବୁଠି ଚୁଟକିରେ ଟ୍ରାଞ୍ଜାକସନ୍ ହୋଇପାରୁଛି । ଘରେ ବସି ଲୋକେ ଗ୍ୟାସ୍ ବୁକିଂ, ଇଲେକ୍ଟ୍ରିକ୍ ବିଲ୍‌, ଡଟୁଏଚ୍ ରିଚାର୍ଜ ଭଳି ଅନେକ ସୁବିଧାର ଫାଇଦା ଉଠାଉଛନ୍ତି । ଆଉ ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡୁନାହିଁ । କିନ୍ତୁ ଏଣିକି ଏହି ସୁବିଧା ଲୋକଙ୍କୁ ମିଳିନପାରେ । କାହିଁକି ନାଁ ୟୁପିଆଇ କମ୍ପାନୀ ଭିନ୍ନ ଭିନ୍ନ ଟ୍ରାଞ୍ଜାକସନ୍ ଉପରେ ଭିନ୍ନ ଭିନ୍ନ ଶୁଳ୍କ ଲଗାଇପାରନ୍ତି ।

ସବୁଠୁ ବେଶି ବ୍ୟବହାର ହେଉଥିଲା ଗୁଗୁଲ-ପେ, ଫୋନ-ପେ, ପେଟିଏମରେ ଏଣି ପେମେଣ୍ଟ କଲେ ଶୁଳ୍କ ଦେବାକୁ ପଡିପାରେ । ଗୁଗୁଲ ପେ ଏହି ପ୍ରକ୍ରିୟା ପ୍ରଥମେ ଆରମ୍ଭ କରିସାରିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଆଧାରରେ, ଜଣେ ବ୍ୟକ୍ତି ଗୁଗୁଲ-ପେରେ ଇଲେକ୍ଟ୍ରି ବିଲ୍ ପୈଠ କରିବା ପାଇଁ ସର୍ଭିସ ଚାର୍ଜ ଦେଇଛନ୍ତି । ଉକ୍ତ ବ୍ୟକ୍ତିଙ୍କୁ ୧୫ଟଙ୍କାର ସର୍ଭିସ ଚାର୍ଜ ଦେବାକୁ ପଡିଛି । ଉକ୍ତ ବ୍ୟକ୍ତି ଜଣ କ୍ରେଡିଟ୍ କାର୍ଡ ବ୍ୟବହାର କରି ୟୁପିଆଇ ଦ୍ୱାରା ବିଲ୍ ପୈଠ କରିଥିବାରୁ ତାଙ୍କୁ ୧୫ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡିଛି ।

ଗୁଗୁଲ ସ୍ପଷ୍ଟ କରିଛି ଯେ, ଉକ୍ତ ବ୍ୟକ୍ତିଙ୍କଠୁ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ସର୍ଭିସ୍ ଫି ରଖାଯାଇଛି । ଏଥିରେ ଜିଏସଟି ବି ସାମିଲ ରହିଛି । ତେବେ ଆଗାମୀ ଦିନରେ ୟୁପିଆଇର ଭିନ୍ନ ଭିନ୍ନ ପେମେଣ୍ଟ ପାଇଁ ଶୁଳ୍କ ଲାଗିପାରେ ବୋଲି ଅନୁମାନ କରଯାଉଛି ।

Leave a Reply

Your email address will not be published. Required fields are marked *