UPI ଟ୍ରାଞ୍ଜାକ୍ସନ ବିଫଳ ହେବା ପରେ ଟଙ୍କା କଟିଗଲେ କିପରି ଫେରସ୍ତ ପାଇବେ?

ଭୁବନେଶ୍ୱର: ୟୁପିଆଇ ମାଧ୍ୟମରେ ଡିଜିଟାଲ ପେମେଣ୍ଟ ଆଜିକାଲି ଅତ୍ୟନ୍ତ ଲୋକପ୍ରିୟ। କିନ୍ତୁ ଅନେକ ସମୟରେ ୟୁପିଆଇ ଟ୍ରାଞ୍ଜାକ୍ସନ ବିଫଳ ହେବା ସତ୍ତ୍ୱେ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ, ଯାହା ଗ୍ରାହକଙ୍କୁ ଚିନ୍ତାରେ ପକାଇଥାଏ। ଯଦି ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଛି କିନ୍ତୁ ପ୍ରାପକଙ୍କୁ ଟଙ୍କା ମିଳିନାହିଁ, ତେବେ ଭୟ କରିବାର ଆବଶ୍ୟକତା ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଏକ ସହଜ ପଦ୍ଧତି ରହିଛି।

ୟୁପିଆଇ ପେମେଣ୍ଟ ସମୟରେ ସର୍ଭରରେ ଅଧିକ ଲୋଡ୍ କିମ୍ବା ଟେକ୍ନିକାଲ ତ୍ରୁଟି ଯୋଗୁଁ ଟ୍ରାଞ୍ଜାକ୍ସନ ବିଫଳ ହୋଇପାରେ। ଏହା ଫଳରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ, କିନ୍ତୁ ପ୍ରାପକଙ୍କୁ ତାହା ମିଳେ ନାହିଁ। କେତେକ ଗ୍ରାହକ ଏହି ସମୟରେ ପୁଣି ପେମେଣ୍ଟ କରିବାକୁ ଚେଷ୍ଟା କରନ୍ତି, ଯାହା ଜଟିଳତା ବଢ଼ାଇପାରେ। କେତେକ କ୍ଷେତ୍ରରେ ଉଭୟ ଟ୍ରାଞ୍ଜାକ୍ସନ ସଫଳ ହୋଇଯାଇ ପ୍ରାପକ ଦୁଇଥର ଟଙ୍କା ପାଇପାରନ୍ତି।

ଟ୍ରାଞ୍ଜାକ୍ସନ ବିଫଳ ହେବା ପରେ ତୁରନ୍ତ ପୁଣି ପେମେଣ୍ଟ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ସାଧାରଣତଃ ୨୪ ଘଣ୍ଟା ମଧ୍ୟରେ କଟିଯାଇଥିବା ଟଙ୍କା ସ୍ୱୟଂଚାଳିତ ଭାବେ ଆକାଉଣ୍ଟକୁ ଫେରସ୍ତ ହୋଇଯାଏ।
ପେଟିଏମ, ଗୁଗୁଲ ପେ , ଫୋନ ପେ, BHIM କିମ୍ବା ଅନ୍ୟ କୌଣସି ୟୁପିଆଇ ଆପ୍‌ରେ ଟ୍ରାଞ୍ଜାକ୍ସନ କରିଥିଲେ, ଆପ୍‌ରେ ଥିବା ‘ସହାୟତା’ ବିଭାଗକୁ ଯାଇ ଅସଫଳ ଟ୍ରାଞ୍ଜାକ୍ସନ ରିପୋର୍ଟ କରନ୍ତୁ। ଅଭିଯୋଗ ପଞ୍ଜୀକୃତ କରିବା ପରେ ୨୪ ରୁ ୭୨ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ ହୋଇପାରେ। ଯଦି ଟ୍ରାଞ୍ଜାକ୍ସନ ସ୍ଥିତି ‘ବିଚାରାଧୀନ’ ଦେଖାଉଛି, ତେବେ ସମାଧାନ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଯଦି ୭୨ ଘଣ୍ଟା ପରେ ମଧ୍ୟ ଟଙ୍କା ଫେରସ୍ତ ନହୁଏ, ତେବେ ଟ୍ରାଞ୍ଜାକ୍ସନ ନମ୍ବର ସହିତ ଆପଣଙ୍କ ବ୍ୟାଙ୍କରେ ଅଭିଯୋଗ ଦାଖଲ କରନ୍ତୁ। ବ୍ୟାଙ୍କ ଏହାର ତଦନ୍ତ କରି ୩୦ ଦିନ ମଧ୍ୟରେ ଟଙ୍କା ଫେରସ୍ତ କରିବ।

ଯଦି ବ୍ୟାଙ୍କ ମଧ୍ୟ ସମସ୍ୟାର ସମାଧାନ ନକରେ, ତେବେ ଆପଣ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଏଇ) ର ଅଭିଯୋଗ ପୋର୍ଟାଲ (https://cms.rbi.org.in) ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ। ଆରବିଏଇ ଏହାର ତଦନ୍ତ କରି ଆପଣଙ୍କୁ ସହାୟତା ପ୍ରଦାନ କରିବ।

ଟ୍ରାଞ୍ଜାକ୍ସନ ସମୟରେ କିଛି କଥା ମାନେ ରଖନ୍ତୁ, ଟ୍ରାଞ୍ଜାକ୍ସନ ବିଫଳ ହେବା ପରେ ତୁରନ୍ତ ପୁଣି ପେମେଣ୍ଟ କରିବା ଏଡ଼ାନ୍ତୁ। ଟ୍ରାଞ୍ଜାକ୍ସନ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ସଂରକ୍ଷଣ କରି ରଖନ୍ତୁ। ନିୟମିତ ଭାବେ ଆପଣଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚ କରନ୍ତୁ ୟୁପିଆଇ ଆପ୍‌ରେ ଟ୍ରାଞ୍ଜାକ୍ସନ ସ୍ଥିତି ଦେଖନ୍ତୁ।

ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରି ଆପଣ ସହଜରେ ଆପଣଙ୍କ ଟଙ୍କା ଫେରସ୍ତ ପାଇପାରିବେ ଏବଂ ୟୁପିଆଇ ଟ୍ରାଞ୍ଜାକ୍ସନ ସମ୍ପର୍କିତ ଅସୁବିଧାରୁ ମୁକ୍ତି ପାଇବେ।

Leave a Reply

Your email address will not be published. Required fields are marked *