ପୁରୀରେ ଅଭାବନୀୟ ଦୁର୍ଘଟଣା: ଜଗନ୍ନାଥ ବଲ୍ଲଭ ପାର୍କିଂରେ ବୋଲେରୋ ଗାଡ଼ି ଖସିଲା, ଡ୍ରାଇଭର ଗୁରୁତର
ପୁରୀ:ପୁରୀ ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂ ରେ ଅଭାବନୀୟ ଘଟଣା। ପାର୍କିଂ ର ଏକ ତାଲା ଉପରୁ ତଳକୁ ଖସିଲା ବୋଲେରୋ ଗାଡ଼ି। ବୋଲେରୋ ଗାଡି ଟି ତଳକୁ ଖସି ଯିବାରୁ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି। ଗାଡ଼ି ଭିତରେ ଥିବା ଡ଼୍ରାଇଭରଙ୍କୁ ଉପସ୍ଥିତ ଲୋକମାନେ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି।
ଗୁରୁତର ଡ୍ରାଇଭର ଜଣକ ହେଉଛନ୍ତି ଧାମରା ମେରାଇନ ଥାନା ଅଞ୍ଚଳର ସଞ୍ଜୟ ସେଠୀ। ଖବରପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବାନୁଯାୟୀ ଆଜି ସକାଳେ ବୋଲେରୋ ଗାଡି ଟି ଯାତ୍ରୀଙ୍କୁ ବାଲେଶ୍ଵର ରୁ ପୁରୀ ଆଣି ଆସିଥିଲା।
ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂ ରେ ଯାତ୍ରୀଙ୍କୁ ଓହ୍ଲାଇ ଗାଡ଼ିକୁ ପାର୍କିଂ ରେ ରଖିବା ପାଇଁ ବ୍ୟାକ୍ କରୁଥିଲା। ତେବେ ଗାଡ଼ି ବ୍ୟାକ୍ କରିବା ବେଳେ ଡ୍ରାଇଭର ର ଅସାବଧାନତା ହେଉ ଅବା ପଛପାର୍ଶ୍ବରେ କୌଣସି ପ୍ରତିବନ୍ଧକ ନଥିଲା। ଯାହା ଫଳରେ ବୋଲେରୋ ଡ୍ରାଇଭର ଗାଡ଼ି ପଛକୁ କରୁଥିବା ସମୟରେ ଭାରସାମ୍ୟ ହରାଇ ଏକ ମହଲାରୁ ତଳକୁ ଖସି ପଡିଥିଲା।
ସବୁଠାରୁ ବଡ଼ କଥା ହେଉଛି ଗାଡ଼ି ଭିତରେ କୌଣସି
ଯାତ୍ରୀ ନଥିବା ବେଳେ ଡ଼୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି। ଗାଡି ରେ ଆସିଥିବା ଯାତ୍ରୀ ମାନେ ଦର୍ଶନ ପାଇଁ ଯାଇଥିବା ସମୟରେ ଏଭଳି ଘଟଣା ଘଟିଥିବାରୁ ସେମାନେ ମହାପ୍ରଭୁଙ୍କ ଆଶୀର୍ବାଦରୁ ବଞ୍ଚି ଯାଇଥିବା କଥା କହିଛନ୍ତି।
ଏହି ଘଟଣା ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ ପାର୍କିଂର ସୁରକ୍ଷା ବ୍ୟବସ୍ଥା ଉପରେ ଗଭୀର ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ପାର୍କିଂରେ ପର୍ଯ୍ୟାପ୍ତ ସୁରକ୍ଷା ରେଲିଂ, ସଂକେତ ବୋର୍ଡ ଓ କର୍ମଚାରୀଙ୍କ ତଦାରଖ ନାହିଁ। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ଏହି ପାର୍କିଂରେ ଲକ୍ଷ ଲକ୍ଷ ଯାତ୍ରୀ ଆସନ୍ତି। ସୁରକ୍ଷା ବ୍ୟବସ୍ଥା ଏଭଳି ରହିଲେ ଆଗକୁ ଆହୁରି ବଡ଼ ଦୁର୍ଘଟଣା ଘଟିପାରେ।
