କ୍ୱାଡ୍‌ ସମ୍ମିଳନୀ ପାଇଁ ଭାରତ ଆସିବେନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଏହି ବର୍ଷର ଶେଷ ଆଡ଼କୁ ଭାରତରେ କ୍ୱାଡ୍ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି କିନ୍ତୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମ୍ମିଳନୀରେ ଯୋଗଦେବେନାହିଁ ବୋଲି ଅନ୍ତର୍ଜାତୀୟ ମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କର ଭାରତ ଗସ୍ତ କରିବାର କୌଣସି ଯୋଜନା ନାହିଁ।

ଗତ କିଛି ମାସରେ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସମ୍ପର୍କ କିପରି ତିକ୍ତ ହୋଇଛି, ତାହା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚଳିତବର୍ଷର କ୍ୱାଡ୍ ସମ୍ମିଳନୀକୁ ଭାରତ ଆୟୋଜନ କରୁଛି, ଯେଉଁଥିରେ ଟ୍ରମ୍ପଙ୍କର ସାମିଲ ହେବାର କାର୍ଯ୍ୟକ୍ରମ ପୂର୍ବରୁ ଥିଲା।

ଗତ ଜାନୁଆରି ମାସରେ ଆମେରିକାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ବସିଥିଲା। ଚଳିତ ବର୍ଷ ଜାନୁଆରୀ ମାସରେ ଆମେରିକାରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ପରଦିନ ଏହି ବୈଠକ ଆୟୋଜିତ ହୋଇଥିଲା। ସେଥିବେଳେ ଟ୍ରମ୍ପ ଭାରତରେ ହେବାକୁଥିବା କ୍ୱାଡ୍ ସମ୍ମିଳନୀରେ ଯୋଗଦେବାକୁ ଆସିବେ ବୋଲି ଆଶା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସେହି ଯୋଜନାକୁ ବାତିଲ କରାଯାଇଛି ବୋଲି ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *