ଟଳିଲେ ୧୨ ନକ୍ସଲୀ । ଛତିଶଗଡ ସୀମାରେ ସେନାର ବଡ ଅପରେସନ୍

ଛତିଶଗଡ ସୀମାରେ ନକ୍ସଲଙ୍କ ଗତିବିଧି ବଢିଚାଲିଛି । ସୀମାରେ ପ୍ରବେଶ କରି ପ୍ରତିଦିନ କିଛିନା କିଛି ଷଡଯନ୍ତ୍ର ରଚୁଛନ୍ତି । ସାଧାରଣ ଲୋକଙ୍କୁ ପୋଲିସ ଇନଫରମର ଭାବି ହତ୍ୟା କରୁଥବାର ଖବର ମଧ୍ୟ ଆସୁଛି । ଆଉ ଏହାରି ଭିତରେ ଛତିଶଗଡରେ ଆଉ ଏକ ଷଡଯନ୍ତ୍ରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ଗୁପ୍ତ ସୂଚନା ପାଇଁ ଚଢାଉ କରିଥଲେ ଭାରତୀୟ ଯବାନ । ନକ୍ସଲଙ୍କ ଷଡଯନ୍ତ୍ରକୁ ପଣ୍ଡ କରିବା ସହ ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ କିଛି ଆତଙ୍କୀ ନିପାତ ହୋଇଥିବା ବେଳେ ୨ଜବାନ ମଧ୍ୟ ସହିଦ୍ ହୋଇଛନ୍ତି ।
ସୂଚନା ଆଧାରରେ, ରବିବାର ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି । ଚାରି ଜଣ ସୁରକ୍ଷା କର୍ମୀ ମଧ୍ୟ ଗୁରୁତର ଆହତ ହୋଇଥିଲେ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ଏହି ସୈନିକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଆହତ ସୈନିକଙ୍କ ଅବସ୍ଥା ବିପଦମୁକ୍ତ ଏବଂ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏକ ଉଚ୍ଚତର କେନ୍ଦ୍ରକୁ ପଠାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ରବିବାର ସକାଳେ ବିଜାପୁର ଏବଂ ନାରାୟଣପୁର ସଂଲଗ୍ନ ମହାରାଷ୍ଟ୍ର ସୀମାନ୍ତ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳର ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଏକ ଦଳ ନକ୍ସଲ ବିରୋଧୀ ଅଭିଯାନରେ ଥିବା ବେଳେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ବସ୍ତର ପୋଲିସ କହିଛି ଯେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।