ତୁଳସୀ ଗଣନାଟ୍ୟ ଆଖଡ଼ାଶାଳରେ ଜୀଅନ୍ତା ସାପ ବିବାଦ: ବନ ବିଭାଗର ଚଢ଼ାଉ
ଚଣ୍ଡିଖୋଲ: ତୁଳସୀ ଗଣନାଟ୍ୟ ପୁଣି ଏକ ବିବାଦରେ ଘେରିଛି। ଜଣେ ଅଭିନେତା ଜୀଅନ୍ତା ସାପକୁ ହାତରେ ଧରି ଆଖଡ଼ାଶାଳରେ ଅଭିନୟ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ବନ୍ୟପ୍ରାଣୀ ସୁରକ୍ଷା ଆଇନର ଉଲ୍ଲଂଘନ ବୋଲି ଅଭିଯୋଗ ହେବାରୁ କଟକ ବନଖଣ୍ଡ ଅଧିକାରୀ ବୈରୀ ବନାଞ୍ଚଳ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ମୁତାବକ, ବନ ବିଭାଗର ଅଧିକାରୀମାନେ ଆଜି ବାଲିଚନ୍ଦ୍ରପୁର ଥାନା ଅଧୀନ ବିକ୍ରମତିରଣ ଗ୍ରାମସ୍ଥିତ ତୁଳସୀ ଗଣନାଟ୍ୟର ଆଖଡ଼ାଶାଳରେ ଚଢ଼ାଉ କରିଥିଲେ। ତେବେ, ଚଢ଼ାଉ ସମୟରେ ଆଖଡ଼ାଶାଳରେ କେହି ଉପସ୍ଥିତ ନଥିଲେ। ପରେ ଅଧିକାରୀମାନେ ଯାତ୍ରା ମାଲିକଙ୍କୁ ନୋଟିସ ଜାରି କରି ଆସନ୍ତାକାଲି ଜୀଅନ୍ତା ସାପ ସହ ବୈରୀ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜିର ହେବାକୁ ନିର୍ଦେଶ ଦେଇଛନ୍ତି।
