ଭୟଙ୍କର ଭୂକମ୍ପ ପରେ ସୁନାମି ଆତଙ୍କ: ରୁଷ ସହ ଜାପାନରେ ହଇଚଇ

ମସ୍କୋ/ଟୋକିଓ: ଆଜି ସକାଳେ ଏକ ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଯାଇଛି ରୁଷର ପୂର୍ବ କାମଚଟକା ଅଞ୍ଚଳ । ୟୁଏଏସ୍ ଜିଓଲୋଜିକାଲ ସର୍ଭେ (USGS) ଦ୍ୱାରା ମିଳିଥିବା ସୂଚନା ଅନୁସାରେ, ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୮ ଥିଲା। ସକାଳ ସମୟରେ ଘଟିଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ରହିଥିବା ଥିବା ଜଣାପଡିଛି। ଯାହା ଫଳରେ ରୁଷ ସହ ଜାପାନ ଓ ଆମେରିକାର କାଲିଫର୍ଣ୍ଣିଆରେ ମଧ୍ୟ ସୁନାମୀ ଆଲର୍ଟ ଜାରି କରାଯାଇଛି । ସମୁଦ୍ରରେ ବଡ଼ ଲହଡ଼ି ଆସିବା ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି |

ଏହି ଶକ୍ତିଶାଳୀ ଭୂମିକମ୍ପର ପ୍ରଭାବରେ ରୁଷର କିଛି ବଡ଼ ବଡ଼ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି | ବର୍ତ୍ତମାନ ପର୍ଯ୍ୟନ୍ତ ଜାପାନର ୧୬ଟି ଅଞ୍ଚଳରେ ସୁନାମୀର ପ୍ରଭାବ ଦେଖିବାକୁ ମିଳିଲାନି| ସେହିପରି ଜାପାନ ହୋକାଇଡୋରେ ୧ ଫୁଟ ଉଚ୍ଚ ଜୁଆର ଦେଖାଯିବା ପରେ, ଆଗକୁ ଏହା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି | ସେହିପରି, ଆମେରିକାର କାଲିଫର୍ଣ୍ଣିଆ ଓ ହାୱାଇରେ ବି ସୁନାମୀ ସତର୍କତା ଜାରି କରାଯାଇଛି ଏବଂ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ଏବଂ ଆପାତକାଳୀନ ସେବା ବାହିନୀ ଲୋକଙ୍କୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଅପିଲ କରିଛନ୍ତି | ୧୯୫୨ ମସିହା ପରେ ଏହା କାମଚଟକା ଅଞ୍ଚଳରେ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ବୋଲି କୁହାଯାଉଛି|

Leave a Reply

Your email address will not be published. Required fields are marked *