ଭାରତ ଉପରେ ଅତିରିକ୍ତ ଟିକସ ଲଗାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା, ସେୟା ହିଁ ହେଲା | ବନ୍ଧୁ ନୁହେଁ ବରଂ ଶତ୍ରୁ ସାଜିଛନ୍ତି ଆମେରିକା ରାଷ୍ଟ୍ରପତି | ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତକୁ ପୁଣି ଏକ ବଡ଼ ଝଟ୍‌କା ଦେଇଛନ୍ତି। ଟ୍ରମ୍ପ୍ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଏହା ପରେ ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ ହୋଇଥିବା ଶୁଳ୍କ ୨୫ ରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଭାରତ ଏବଂ ରୁଷିଆ ମଧ୍ୟରେ ବାଣିଜ୍ୟକୁ ନେଇ ଟ୍ରମ୍ପ୍ ଅସନ୍ତୁଷ୍ଟ ହୋଇ ଏହି ପଦକ୍ଷେପ ନେଇଛନ୍ତି |

ଟ୍ରମ୍ପ୍ ଦାବି କରିଛନ୍ତି ଯେ, ଭାରତ ରୁଷିଆରୁ ତୈଳ କିଣୁଥିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ପୂର୍ବରୁ, ଭାରତ ଆମେରିକାର ଅଭିଯୋଗର ଜବାବ ଦେଇ କହିଥିଲା ଯେ, ଜାତୀୟ ସ୍ୱାର୍ଥକୁ ଧ୍ୟାନରେ ରଖି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *