କୁଆଡେ ଯିବା ପାଇଁ ପ୍ଲାନ କରୁଛନ୍ତି କି? 10 ଦିନ ପାଇଁ ରାଜ୍ୟରେ ଗଡିବନି ଏସବୁ ଟ୍ରେନ
ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଯୋଗୁ ଅଗଷ୍ଟ ମାସରେ ୨୫ଟି ଟ୍ରେନ୍ ବାତିଲ କରାଯାଇଛି ଏବଂ ୯ଟି ଟ୍ରେନ୍ ମାର୍ଗ ପରିବର୍ତ୍ତନ କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ଏହି ନିଷ୍ପତ୍ତି ନେଇଛି।
ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୧୮୩୦୩/୧୮୩୦୪) ଅଗଷ୍ଟ ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ। ଏହାସହ ଟିଟଲାଗଡ଼-ବିଳାସପୁର ପାସେଞ୍ଜର (୬୮୨୧୩, ୬୮୨୧୪), ଟିଟଲାଗଡ଼-ରାୟପୁର (୬୮୨୧୭, ୬୮୨୧୮), ସମ୍ବଲପୁର-ଜୁନାଗଡ଼ ରୋଡ୍ (୫୮୩୦୩, ୫୮୩୦୪), ବଲାଙ୍ଗୀର-ପୁରୁଣା କଟକ (୫୮୩୦୫, ୫୮୩୦୬, ୫୮୩୦୭, ୫୮୩୦୮), ବଲାଙ୍ଗୀର-ସୋନପୁର (୫୮୩୦୯, ୫୮୩୧୦), ସମ୍ବଲପୁର-ରାୟଗଡ଼ା (୧୮୩୦୧/୧୮୩୦୨), ସମ୍ବଲପୁର-ନାନ୍ଦେଡ଼ (୨୦୮୦୯, ୨୦୮୧୦), ସମ୍ବଲପୁର-ଶାଲିମାର (୨୦୮୩୨, ୨୦୮୩୧, ୨୨୮୦୪, ୨୨୮୦୩), ବିଶାଖାପାଟଣା-ବନାରସ (୧୮୫୨୩, ୧୮୫୨୪), ସମ୍ବଲପୁର-ବୌଦ୍ଧ (୧୮୩୧୧, ୧୮୩୧୨), ଏବଂ ବୌଦ୍ଧ-ଭୁବନେଶ୍ୱର (୧୮୩୧୩/୧୮୩୧୪) ଆଦି ଟ୍ରେନ୍ ଗୁଡ଼ିକ ଅଗଷ୍ଟ ମାସର ନିର୍ଦ୍ଦିଷ୍ଟ ତାରିଖରେ ବାତିଲ ରହିବ।
ଏହାଛଡ଼ା, କିଛି ଟ୍ରେନ୍ ମାର୍ଗ ପରିବର୍ତ୍ତନ କରାଯାଇଛି। ତପସ୍ୱିନୀ ଏକ୍ସପ୍ରେସ (୧୮୪୫୧/୧୮୪୫୨) ଜୁଲାଇ ୨୭ରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ସମ୍ବଲପୁର ଜଙ୍କସନ୍ ନଯାଇ ସରଲା-ସମ୍ବଲପୁର ସିଟି ମାର୍ଗରେ ଚାଲିବ। ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସ (୧୮୧୮୯, ୧୮୧୯୦) ଅଗଷ୍ଟ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସମ୍ବଲପୁର ସିଟି, ଅନୁଗୁଳ, ନରାଜମାର୍ଥାପୁର, ଖୋର୍ଦ୍ଧା ରୋଡ୍, ବିଜୟନଗରମ୍ ମାର୍ଗରେ ଚଳାଚଳ କରିବ। ସେହିପରି ତାମ୍ବରମ-ଜସିଡିହି (୧୨୩୭୫, ୧୨୩୭୬), ସାଇନଗର ଶିରିଡି-ପୁରୀ (୨୦୮୫୮), ଟାଟା-ଏସଏମଭିବି ବେଙ୍ଗାଲୁରୁ (୧୨୮୮୯, ୧୨୮୯୦), ଏବଂ ଏସଏମଭିବି ବେଙ୍ଗାଲୁରୁ-ହଟିଆ (୧୨୮୩୬) ଏକ୍ସପ୍ରେସ ନିର୍ଦ୍ଦିଷ୍ଟ ତାରିଖରେ ପରିବର୍ତ୍ତିତ ମାର୍ଗରେ ଚାଲିବ।
ଏହାସହ କିଛି ଟ୍ରେନ୍ କୁ ଆଂଶିକ ବାତିଲ କରାଯାଇଛି। ଗୋରଖପୁର-ସମ୍ବଲପୁର ମୌର୍ଯ୍ୟ ଏକ୍ସପ୍ରେସ (୧୫୦୨୮) ଅଗଷ୍ଟ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ରେଙ୍ଗାଲି ଷ୍ଟେସନ୍ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ସମ୍ବଲପୁର-ଗୋରଖପୁର (୧୫୦୨୭) ରେଙ୍ଗାଲିରୁ ଯାତ୍ରା ଆରମ୍ଭ କରିବ। ଝାରସୁଗୁଡ଼ା-ସମ୍ବଲପୁର (୬୮୦୩୧, ୬୮୦୩୩) ଏବଂ ସମ୍ବଲପୁର-ଝାରସୁଗୁଡ଼ା (୬୮୦୩୨, ୬୮୦୩୪) ଅଗଷ୍ଟ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସିଟି ଷ୍ଟେସନ୍ରୁ ଚଳାଚଳ କରିବ। ଜମ୍ମୁ ତାୱି-ସମ୍ବଲପୁର (୧୮୩୧୦) ଏବଂ ସମ୍ବଲପୁର-ଜମ୍ମୁ ତାୱି (୧୮୩୦୯) ଏକ୍ସପ୍ରେସ୍ ମଧ୍ୟ ରେଙ୍ଗାଲି ଷ୍ଟେସନରୁ ଚଳାଚଳ କରିବ।
