ସାବଧାନ! ଭୁବନେଶ୍ୱର ଓ କଟକରେ ଛକ ଛକରେ ଜଗିଛି ପୋଲିସ । ନିୟମ ଉଲଂଘନ କଲେ କଟୁଛି ଚାଲାଣ, ସିଜ୍ ହେଉଛି ଗାଡି

ସାବଧାନ୍‌! ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ଟ୍ରାଫିକ୍ ଚେକିଂ । ଗତକାଲିଠୁ କଡାକଡି ହୋଇଛି ଟ୍ରାଫିକ୍ ଚେକିଂ । ଏଜି ଛକ ନାଲକୋ ଛକ ଭଳି ରାଜଧାନୀର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଚେକିଂ ଚାଲିଛି । ଯଦି ଆପଣ ବି ଘରୁ ଗାଡି ଧରି ବାହାରୁଛନ୍ତି ତେବେ ସାବଧାନ୍ । ସାଙ୍ଗରେ ହେଲମେଟ୍‌, ଗାଡିର ସମସ୍ତ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ । କାର ନେଇ ପଦାକୁ ବାହାରୁଥିଲେ ସିଟ୍ ବେଲ୍ଟ ଲଗାଇବାକୁ ଭୁଲନ୍ତୁ ନାହିଁ ।

ଆଜି ସକାଳୁ ଏଜି ଛକରେ ଅନେକ କାର୍ ଚାଳକଙ୍କଠୁ ଫାଇନ୍ ଆଦାୟ କରିଛି କମିଶନରେଟ୍ ପୋଲିସ । ଗାଡି କାଚରେ ବ୍ଲାକ୍ ଫିଲ୍ମ ବା କଳା ଜରି ଲଗାଇଥିବାରୁ ଚାଲାଣ କଟିଛି । ଏହା ଛଡା ପୋଲିସ ସେ ସମସ୍ତ କାରରୁ କଳା ଜରିକୁ ନିଜ ହାତରେ ଛଡାଇଦେଇଛି । କେବଳ କାର୍ ଚାଳକ ନୁହେଁ ଅନେକ ବାଇକ୍ ଚାଳକଙ୍କଠୁ ବି ଫାଇନ୍ ଆଦାୟ କରିଛି କମିଶନରେଟ୍ ପୋଲିସ । ଅମାନିଆ ବାଇକ୍ ଚାଳକ, ହେଲମେଟ୍ ପିନ୍ଧିନଥିବା ଚାଳକ କିମ୍ବା ଗାଡିରେ ବିକଟାଳ ଶବ୍ଦ କଲା ଭଳି ହର୍ଣ୍ଣ ଏବଂ ସାଇଲେନ୍ସର ଲଗାଇଥିବା ଗାଡି ଚାଳକଙ୍କଠୁ ମୋଟା ଅଙ୍କର ଫାଇନ୍ ଆଦାୟ କରିଛି ପୋଲିସ

ମଦ ପିଇ ଗାଡି ଚଳାଉଥିଲେ ୧୦ ହଜାର୍‌, କାରରେ କଳା ଜରି ଲଗାଇଥିବା ଗାଡି ମାଲିକଙ୍କଠୁ ୫ହଜାର ଟଙ୍କା ଲେଖାଏଁ ଫାଇନ୍ ଆଦାୟ କରିଛି । ଏହାଛଡା ମଦ ପିଇ ଗାଡି ଚଲାଉଥିଲା ଗାଡି ଚାଳକଙ୍କ ଗାଡିକୁ ଜବଜ କରି କୋର୍ଟ ଚାଲାଣ କରାଯାଇଛି । ଗତକାଲିର ତଥ୍ୟ ଉପରେ ଯଦି ନଜର ପକାଇବା ତେବେ, ଗତକାଲି ପାଖାପାଖି ୧୯ଟି ଗାଜି ସିଜ୍ କରାଯାଇଥିବା ସହ ପାଖାପାଖି ୧ଲକ୍ଷ ଟଙ୍କାର ଫାଇନ୍ ଆଦାୟ କରାଯାଇଛି ।

ପୋଲିସର ବୟାନ୍ ଆଧାରରେ, କାରରେ କଳା କାଚ, ବାଇକରେ ବିକଟାଳ ଶବ୍ଦ କରୁଥିବା ହର୍ଣ୍ଣ କିମ୍ବା ସାଇଲେନ୍ସର, ବିନା ହେଲମେଟରେ ଯାତ୍ରା ଏବଂ ମଦ ପିଇ ଗାଡି ଚଲାଉଥିବା ଗାଡି ଚାଳକଙ୍କ ଉପରେ ଅଧିକ ନଜର ରଖାଯାଉଛି । ଏମ.ଭି ଆକ୍ଟ ଅନୁସାରେ ଚେକିଂ ଚାଲିଛି । ଚେକିଂ ସମୟରେ ଜିରୋ ଟଲରାନ୍ସ ନୀତି ଆପଣାଯାଉଥିବା ପୋଲିସ ତରଫରୁ ସୂଚନା ମିଳିଛି । ସେହିପରି କଟକରେ ମଧ୍ୟ ଚେକିଂକୁ କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *