ପାପୋଛରେ ମହାପ୍ରଭୁଙ୍କ ଛବି, ଅନଲାଇନ ସପିଙ୍ଗ ସଂସ୍ଥାର ମନମାନୀ

ପୁରୀ: ମହାପ୍ରଭୁଙ୍କୁ ଅପମାନର ସମସ୍ତ ସୀମା ଅତିକ୍ରମ କରିଛି ଅନ୍ତର୍ଜାତୀୟ ଅନ୍‌ଲାଇନ୍‌ ସପିଂ ସଂସ୍ଥା। ପାପୋଛ ଭଳି ଗୋଡ଼ ପୋଛିବା ମ୍ୟାଟ୍‌ରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ଚିତ୍ରିତ କରାଯାଇଛି। ଅନଲାଇନ ସପିଙ୍ଗ ସାଇଟରେ ଯେଉଁ ପାପୋଛର ବିଜ୍ଞାପନ ପ୍ରଦର୍ଶିତ ହୋଇଛି ସେଇ ପାପୋଛରେ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି | କେବଳ ଏତିକି ନୁହେଁ ଵିଜ୍ଞାପନରେ ମହାପ୍ରଭୁଙ୍କ ଛବିକୁ କଦର୍ଥ କରାଯାଇଥିବାବେଳେ ଏହି ପାପୋଛ କିଣିବାକୁ ଲୋକଙ୍କୁ କୁହାଯାଉଛି |

‘ଲର୍ଡ ଜଗନ୍ନାଥ ମଣ୍ଡଳ ଆର୍ଟ ମ୍ୟାଟ ଡୋରୱେ’ ଏବଂ ‘କ୍ରିଷ୍ଣା ହିନ୍ଦୁ ଗଡ୍‌’ ନାମରେ ଏହି ପାପୋଛ ବିକ୍ରି କରାଯାଉଛି। ମହାପ୍ରଭୁଙ୍କ ନାମ ଆଗରେ ଲର୍ଡ ତଥା ଭଗବାନ ଶବ୍ଦ ପ୍ରୟୋଗ ସତ୍ତ୍ବେ ଏହାକୁ ଚଟାଣରେ ପାପୋଛ ଭଳି ବ୍ୟବହାର କରିବା ପାଇଁ ପାଦ ରଖି ବିଜ୍ଞାପିତ କରିବା ଜଗନ୍ନାଥପ୍ରେମୀଙ୍କୁ ଭାବାବେଗକୁ ଆଘାତ ପହଞ୍ଚାଇଛି। ମହାପ୍ରଭୁଙ୍କ ମୁଖ ମଣ୍ଡଳର ଚିତ୍ର ଥାଇ ମ୍ୟାଟ ବିକ୍ରି କରୁଛି ଅଲି ଏକ୍ସପ୍ରେସ ନାମକ ୱେବସାଇଟ ।

ବିଜ୍ଞାପନରେ ମହାପ୍ରଭୁଙ୍କ ଚକା ଆଖି ଉପରେ ପାଦ ରଖି ବିଜ୍ଞାପନ ଦିଆଯାଇଛି ।ଲର୍ଡ ଜଗନ୍ନାଥ ମଣ୍ଡଳ ଆର୍ଟ ନାମରେ ବିଭିନ୍ନ ପାପୋଛ ଗୁଡ଼ିକର ବିଜ୍ଞାପନ ଦିଆଯାଇଛି ।ଯାହାର ମୂଲ୍ୟ 948 ଟଙ୍କା ରହିଛି।କ୍ରେତାଙ୍କୁ ଆକୃଷ୍ଟ କରିବାପାଇଁ ସ୍ଲିପ reistance ,absorb moisture ଇତ୍ୟାଦି ବିଜ୍ଞାପନ ମାଧ୍ୟମରେ ଦର୍ଶାଯାଇଛି । ଚାଇନିଜ ଆପ ଅଲି ଏକ୍ସପ୍ରେସ ନାମକ ଏକ ଆପ୍‌ ତଥା ୱେବ୍‌ସାଇଟ୍‌ ଜରିଆରେ ଏହାର ବିକ୍ରିବଟା କରାଯାଉଛି। ଯଦିଓ ଏହି ଆପ୍‌କୁ ଭାରତରେ ବ୍ୟାନ କରାଯାଇଛି, କିନ୍ତୁ ଭାରତ ବାହାରେ ଏହି ଆପ୍‌ ଜରିଆରେ ଏହାର ବିକ୍ରିବଟା କରାଯାଉଛି।

ଏହି ପାପୋଛ ବିଜ୍ଞାପନରେ ପୁଣି ଦର୍ଶାଯାଇଛି ଏହି ମ୍ୟାଟ ସ୍ଲିପ ପ୍ରତିରୋଧକ, ଜଳୀୟ ଅଂଶ ଶୋଷଣ କ୍ଷମତା ରଖୁଥିବା ମ୍ୟାଟ। ଅର୍ଥାତ୍‌ ଏହାକୁ ବ୍ୟବହାର କଲେ ଏହି ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ଅତ୍ୟନ୍ତ ନିନ୍ଦନୀୟ ଶବ୍ଦମାନ ପ୍ରୟୋଗ କରାଯାଇଛି।

Leave a Reply

Your email address will not be published. Required fields are marked *