ଏହି କାରଣରୁ ହୋଇଥିଲା ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ, ୩ ବର୍ଷ ପରେ ସାମ୍ନାକୁ ଆସିଲା ସତ

୨୦୨୧ ଡିସେମ୍ବର ୮ରେ ତାମିଲନାଡୁର ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ଦୁର୍ଘଟଣାର କାରଣ ସାମ୍ନାକୁ ଆସଛି । ଦୁର୍ଘଟଣାର ଦୀର୍ଘ ୩ ବର୍ଷ ପରେ ସାମ୍ନାକୁ ଆସିଥିବା ସଂସଦୀୟ କମିଟି ରିପୋର୍ଟରେ କୁହାଯାଇଛି ଯେ, ଦୁର୍ଘଟଣାର କାରଣ ମାନବିକ ତ୍ରୁଟି ଥିଲା ।ଜେନେରାଲ ରାୱତଙ୍କ ବ୍ୟତୀତ ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ଅନେକ ସଶସ୍ତ୍ର ବାହିନୀ ଯବାନ ମଧ୍ୟ ଏହି ଭୟଙ୍କର ଦୁର୍ଘଟଣାରେ ସହିଦ ହୋଇଥିଲେ ।

ତେବେ ବଡ କଥା ହେଉଛି ଏହି ଦୁର୍ଘଟଣା ମାନବିକ ତ୍ରୁଟି ବୋଲି ଜଣାପଡିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦୀୟ କମିଟିକୁ କହିଛି ୨୦୧୮ ପରଠାରୁ ଗତ ୬ ବର୍ଷ ମଧ୍ୟରେ ୩୪ଟି ଦୁର୍ଘଟଣାର ତଦନ୍ତ କରାଯାଇଛି । ଶୀତକାଳୀନ ଅଧିବେଶନ ସମୟରେ ମଙ୍ଗଳବାର ସଂସଦରେ ପ୍ରତିରକ୍ଷା ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏଥିରେ ତ୍ରୟୋଦଶ ପ୍ରତିରକ୍ଷା ଯୋଜନା ସମୟରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାର ବିବରଣୀ ଦିଆଯାଇଛି । ଏହା ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ୩୪ଟି ଦୁର୍ଘଟଣା ଘଟିଛି ।୨୦୨୧-୨୨ରେ ବାୟୁସେନାର ୯ଟି ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ୨୦୨୧ ଡିସେମ୍ବର ୮ତାରିଖରେ ତାମିଲନାଡୁର କୁନୁର ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀଙ୍କ ମଧ୍ୟ ମୃତ୍ୟୁ ଘଟିଛି । ବିମାନରେ ୧୪ ଜଣ ଥିଲେ, ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *