ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କବାଦୀ ଭୟ । ବିଦେଶୀ କ୍ରିକେଟ୍ ପ୍ରେମୀଙ୍କୁ ଅପହରଣ ଯୋଜନା କରାଯାଉଥିବା ସୂଚନା
ବିଦେଶୀ କ୍ରୀଡାପ୍ରେମୀଙ୍କ ଉପରେ ଆତଙ୍କବାଦୀଙ୍କ ନଜର । ଏଭଳି ଏକ ଚିନ୍ତା ଜନକ ଖବର ପାକିସ୍ତାନରୁ ସାମ୍ନାକୁ ଆସିଛି । ବିଦେଶୀ କ୍ରିକେଟ୍ ପ୍ରେମୀଙ୍କୁ ଅପହରଣ ଯୋଜନା କରାଯାଇଥିବା ନେଇ ସୂଚନା ମିଳିଛି । ଖୋଦ୍ ପାକିସ୍ତାନ୍ ଗୁଇନ୍ଦା ବିଭାଗ ଏନେଇ ହାଇ ଆଲର୍ଟ ଜାରି କରିଛି । ଟିଟିପି, ଆଇଏସ୍ଆଇଏସ୍ ଉପରେ କଡ଼ା ନଜର ରଖାଯାଇଛି ।
ପୂର୍ବରୁ ପାକିସ୍ତାନରେ ଶ୍ରୀଲଙ୍କା ଖେଳିବାକୁ ଯାଇଥିବା ବେଳେ ଆତଙ୍କୀ ହମଲା ହୋଇଥିଲା । ଯେଉଁଥି ପାଇଁ ପାକିସ୍ତାନରେ ଅନେକ ବର୍ଷ ଧରି ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ବନ୍ଦ ରହିଥିଲା । ଏବେ ସ୍ଥିତିରେ ସୁଧାର ଆସିଥିବା ଦେଖି ଦୀର୍ଘ ବର୍ଷ ପରେ ପାକିସ୍ତାନରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ବର୍ତ୍ତମାନର ଖବର ନିହାତି ଭାବରେ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ପ୍ରଭାବ ପକାଇପାରେ । ଏମିତିକି ଆଗକୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସୁଯୋଗ ମିଳିବ କି ନାହିଁ, ତାହା ପ୍ରଶ୍ନ ଉଠିଛି । ଆତଙ୍କି ଆକ୍ରମଣ ଭୟ କାରଣରୁ ଭାରତ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ସେଥିପାଇଁ ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ୍ ମଡେଲରେ ଆୟୋଜନ କରାଯାଇଛି ।
