ଥଣ୍ଡାରୁ ମିଳିଲା ସାମୟିକ ଆଶ୍ୱସ୍ତି, ଏଣିକି ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ବୁଧବାର ଓଡ଼ିଶାର ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ତେଣୁ ଥଣ୍ଡାରୁ ସାମୟିକ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ଉଭୟ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବ।

ପୂର୍ବାନୁମାନ ଅନୁଯାୟୀ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଓଡ଼ିଶାର କେତେକ ସ୍ଥାନରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଆଜିଠାରୁ ରାତିର ତାପମାତ୍ରା ବଢ଼ିବ।

ପାଣିପାଗ ବିଭାଗ ଶୀତରୁ ସାମୟିକ ଆଶ୍ୱସ୍ତି ପଛରେ ପଶ୍ଚିମାଝଡ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଦ୍ରତା ଯୁକ୍ତ ବାୟୁ ପ୍ରବାହକୁ ଦାୟୀ କରିଛି। ପଶ୍ଚିମ ରାଜସ୍ଥାନ ଉପରେ ଲଘୁଚାପ ଓ ପଶ୍ଚିମାଝଡ଼ ଯୋଗୁଁ ରାଜ୍ୟରେ ଉଷ୍ମ ଓ ଆର୍ଦ୍ର ବାୟୁ ପ୍ରବାହିତ ହେବା ସହ ଶୀତର ତୀବ୍ରତା ହ୍ରାସ ପାଇଛି।

ଜାନୁଆରି ୨୪ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ସହ ଗରମ ପାଗ ରହିବ। ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ୪ଟି ଜିଲ୍ଲା ପାଇଁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ଯାହାଫଳରେ ଦୃଶ୍ୟମାନତା ୫୦ ମିଟର ତଳକୁ ଖସିଯିବାର ସମ୍ଭାବନା ରହିଛି। ସେହିପରି ୨୪ ତାରିଖରେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ବିଶେଷ କରି ଯାତ୍ରା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *