ତମନ୍ନାଙ୍କ କ୍ୱାଲିଫିକେସନ କଣ ଆପଣ ଜାଣନ୍ତି କି?
ନୂଆଦିଲ୍ଲୀ: ଅଭିନେତ୍ରୀ ତମନ୍ନା ଭାଟିଆ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ତେବେ, ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଆପଣ ଜାଣିଛନ୍ତି କି ? ତମନ୍ନା ଭାଟିଆ ଏକ ସାକ୍ଷାତକାରରେ ତାଙ୍କ ପାଠପଢ଼ା ବିଷୟରେ ଚର୍ଚ୍ଚା କରିଥିଲେ। ତେବେ ତମନ୍ନା ସ୍କୁଲରେ ପଢ଼ିବା ସମୟରୁ ହିଁ କାମ କରିବା ଆରମ୍ଭ କରିଦେଇଥିଲେ। ସେ ଦଶମ ଶ୍ରେଣୀରେ ପଢୁଥିଲା ବେଳେ ତାଙ୍କୁ ଏକ ଫିଲ୍ମର ଅଫର ମିଳିଥିଲା ଏବଂ ସେ ଏହି ସୁଯୋଗ ହାତଛଡା କରି ନଥିଲେ ଯାହା ଫଳରେ ସେ ଦଶମ ଶ୍ରେଣୀ ପରେ ଆଉ ପାଠ ପଢି ନାହାନ୍ତି |
ଏକ ଆଲୋଚନାରେ ତମନ୍ନା କହିଥିଲେ, ‘ମୁଁ ଭାବୁଛି ପାଠପଢ଼ା ବହୁତ ଗୁରୁତ୍ୱପୂର୍ଣ୍ଣ। ମୁଁ ଭାଗ୍ୟବାନ ଥିଲି କାରଣ ମୋର କ୍ୟାରିଅର ପଥ ଭିନ୍ନ ଥିଲା | ଆଉ ସେ ମଧ୍ୟ କହିଛନ୍ତି କେବଳ ଜୀବନର ଅଭିଜ୍ଞତା ହିଁ ତୁମକୁ ସବୁଠାରୁ ଅଧିକ ଶିଖାଇପାରିବ।କିନ୍ତୁ ମୁଁ ଭାବୁଛି ପାଠପଢ଼ା ଗୁରୁତ୍ୱପୂର୍ଣ୍ଣ। ଯଦି ମୋତେ ପୁଣି ପଢ଼ିବାର ସୁଯୋଗ ଥାଆନ୍ତା, ତେବେ ମୁଁ ଡିଜାଇନ୍ ସ୍କୁଲକୁ ଯାଇଥାନ୍ତି। ‘ସ୍କୁଲ ବିଷୟରେ କଥା ହେବା ସମୟରେ, ତମନ୍ନା ଭାଟିଆ କହିଥିଲେ, ‘ଯେତେବେଳେ ମୁଁ ସ୍କୁଲରେ ପଢ଼ୁଥିଲି, ମୋର କେଶ ରଙ୍ଗ କରାଯାଇଥିଲା କାରଣ ମୁଁ ଏକ ଫିଲ୍ମ କରୁଥିଲି। ଦଶମ ଶ୍ରେଣୀରେ, ମୋତେ ମୋ କେଶରେ ତେଲ ଲଗାଇବାକୁ ପଡୁଥିଲା ଯାହା ଦ୍ୱାରା କେହି ଜାଣିପାରିବେ ନାହିଁ ଯେ ମୁଁ ଏକ ଫିଲ୍ମ କରୁଛି। ରଙ୍ଗୀନ କେଶକୁ ଲୁଚାଇବା ପାଇଁ ମୋତେ ତେଲ ଲଗାଇବାକୁ ପଡୁଥିଲା। ମୋର ସ୍କୁଲ ଜୀବନ ଟିକେ ବିରକ୍ତିକର ଥିଲା। ଲୋକମାନେ ମୁଁ କ’ଣ କରୁଛି ତାହା ବୁଝି ନଥିଲେ।’
ଆପଣଙ୍କୁ କହି ରଖୁଛୁ ଯେ ତମନ୍ନାଙ୍କୁ ପ୍ରଥମ ଫିଲ୍ମ ଅଫର ୧୩ ବର୍ଷ ବୟସରେ ମିଳିଥିଲା। ୨୦୦୫ ମସିହାରେ ସେ ହିନ୍ଦୀ ଫିଲ୍ମ ‘ଚାନ୍ଦ ସା ରୋଶନ ଚେହରା’ ସହିତ ଡେବ୍ୟୁ କରିଥିଲେ। ତମନ୍ନା ଦକ୍ଷିଣ ଏବଂ ହିନ୍ଦୀ ଉଭୟ ଶିଳ୍ପରେ କାମ କରନ୍ତି। ତାଙ୍କୁ ଶେଷ ଥର ପାଇଁ ଓଡେଲା ୨ ରେ ଦେଖିବାକୁ ମିଳିଥିଲା।
