କୁଏତରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ମୋଦି, କହିଲେ ଜୟ ଜଗନ୍ନାଥ
ଦୁଇ ଦିନିଆ କୁଏତ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ଶ୍ରମିକଙ୍କୁ ଭେଟିଛନ୍ତି। ମୋଦି ଗଲଫ୍ ସ୍ପିକ୍ ଲେବର କ୍ୟାମ୍ପକୁ ଯାଇ ସେଠାରେ ଥିବା ଭାରତୀୟ ଶ୍ରମିକଙ୍କ ସହ କଥା ହୋଇଥିଲେ। ଏହି ଅବସରରେ କୁଏତରେ କାମ କରୁଥିବା ଗଞ୍ଜାମ ଖଲ୍ଲିକୋଟର ଜଣେ ଶ୍ରମିକଙ୍କ ସହ କଥା ହୋଇଥିଲେ ମୋଦି। ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓଡ଼ିଆ ଯୁବକ। ଏହାଦ୍ୱାରା ଓଡ଼ିଶା ବିଶ୍ୱ…
