୧ଲକ୍ଷ ୫୫ହଜ଼ାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୦ କୋଟିରୁ ଉର୍ଦ୍ଧ୍ୱ ସୁଧ ଫେରସ୍ତ
ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନିୟମିତ ସୁଧ ଫେରସ୍ତ ସରକାରଙ୍କ ପ୍ରତିବଦ୍ଧତା ଓ ଏହା ସଦସ୍ୟାମାନଙ୍କ ଅର୍ଥନୈତିକ ଭାଗିଦାରୀକୁ ଆହୁରି ସଶକ୍ତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି। ଆଜି ମିଶନ ଶକ୍ତି ଭବନ ଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ରାଜ୍ୟର ୧ଲକ୍ଷ ୫୫ହଜ଼ାର ୮୫୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୦ କୋଟି ୨୦ ଲକ୍ଷ ୫୨ହଜ଼ାର ୬୨୧ ଟଙ୍କା ବ୍ୟାଙ୍କ…
