
ସିନେମାଘରେ ଓଡ଼ିଆ ଫିଲ୍ମ ‘ପରବ୍’, ପୁଣିଥରେ ଏକାଠି ସିଦ୍ଧାନ୍ତ-ଅନୁଙ୍କ ଯୋଡି
ଆଜି ସିନେମାଘରେ ରିଲିଜ୍ ହେବ ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ ‘ପରବ୍’। ଓଡ଼ିଶା ଆନ୍ଧ୍ର ସୀମାନ୍ତର ସତ ଘଟଣା ଉପରେ ଆଧାରିତ ହୋଇଛି ଏହି ଓଡ଼ିଆ ଚଳଚ୍ଚିତ୍ର। ୧୯୩୬ ମସିହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଆନ୍ଧ୍ରପ୍ରଦେଶରେ ରହି ଯାଇଥିବା ଓଡ଼ିଆମାନଙ୍କ ଦୁଃଖ, ଯନ୍ତ୍ରଣା ସମେତ ସୀମାନ୍ତରେ ଦୁଇ ରାଜ୍ୟ ଭିତରେ ଲାଗି ରହିଥିବା ବିବାଦକୁ ନେଇ ଗଢି ଉଠିଛି ଏହି ଚଳଚ୍ଚିତ୍ରର କାହାଣୀ। ଜେପି ମୋସନ ପିକ୍ଚର୍ସ ବ୍ୟାନର ନିବେଦିତ ତଥା ଦୀପେନ୍ଦ୍ର…