
ନୂତନ ଲ’ କମିଶନ ଗଠନ କଲେ ରାଜ୍ୟ ସରକାର, ଜଷ୍ଟିସ୍ ବିଶ୍ୱନାଥ ରଥ ହେଲେ ଅଧ୍ୟକ୍ଷ
ରାଜ୍ୟ ସରକାର ନୂତନ ଲ’ କମିଶନ ଗଠନ କରିଛନ୍ତି । ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ଲ’ କମିଶନର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଏନେଇ ଶୁକ୍ରବାର ଆଇନ ବିଭାଗ ବିଜ୍ଞପ୍ତି ପକ୍ଷରୁ ପ୍ରକାଶ ପାଇଛି । ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଷ୍ଟିସ୍ ବିଶ୍ୱନାଥ ରଥ ଲ’ କମିଶନର ଅଧ୍ୟକ୍ଷ ରହିବେ । ଆଡଭୋକେଟ୍ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ଏବଂ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ପ୍ରମୁଖ ସଚିବ କମିଶନର ଏକ୍ସ…