
ୟୁକ୍ରେନ ଉପରେ ରୁଷର ମିସାଇଲ ଓ ଡ୍ରୋନ ମାଡ଼, ଚାରିଆଡେ ମୃତ୍ୟୁ ଓ ଧ୍ୱଂସବିଧ୍ୱଂସ୍ତର ବିଭୀଷିକା
ବିଶ୍ୱବାସୀ ଧୁମଧାମରେ ବଡ଼ ଦିନ ପାଳନ କରୁଥିବାବେଳେ ରୁଷ ପକ୍ଷରୁ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରାଯାଇଛି। ୟୁକ୍ରେନ ଉପରେ ରୁଷ ପକ୍ଷରୁ ୭୦ରୁ ଅଧିକ ମିସାଇଲ ଓ ୧୦୦ରୁ ଅଧିକ ଡ୍ରୋନ ମାଡ଼ ହୋଇଛି। ଏହାଦ୍ୱାରା ୟୁକ୍ରେନର ବିଭିନ୍ନ ସହର ଧ୍ୱଂସବିଧ୍ୱଂସ୍ତ ହୋଇଯାଇଛି। ଖ୍ରୀଷ୍ଟମାସରେ ଏପରି ଆକ୍ରମଣକୁ ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ନିନ୍ଦା କରିବା ସହ ଏହା ଏକ ଅମାନବୀୟ କାଣ୍ଡ ବୋଲି କହିଛନ୍ତି। ୟୁକ୍ରେନ ସରକାରଙ୍କ କହିବା କଥା ଯେ ଖ୍ରୀଷ୍ଟମାସରେ ହୋଇଥିବା…