
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ମାଲକାନଗିରିରେ ନିର୍ମାଣ ହେବ ଓଡିଶାର ସବୁଠାରୁ ବଡ ଇକୋନୋମି କରିଡର
ମାଲକାନଗିରିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ମାଲକାନଗିରି ଜିଲ୍ଲାରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ହାଇୱେ । ଯାହା ଓଡିଶାର ସବୁଠାରୁ ବଡ ଇକୋନୋମି କରିଡର ହେବ । ତେବେ ମାଲକାନଗିରିରେ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ବଡ ଘୋଷଣା କରୁଛନ୍ତି। ସେହିପରି ମାଟାପାକା ଠାରେ ଖୁବ୍ ଶୀଘ୍ର ସ୍ଥାପନ ହେବ ସିମେଣ୍ଟ କମ୍ପାନୀ । ଯେଉଁଠି ନିଯୁକ୍ତି ପାଇବେ ଦୁଇ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ଯୁବକ ଯୁବତୀ…