ପଦରୁ ହଟିଲେ, ଓଏସଡି ପଦକୁ ଗଲେ ବିଷ୍ଣୁପଦ ସେଠୀ

IAS ବିଷ୍ଣୁପଦ ସେଠୀଙ୍କୁ ପ୍ରମୁଖ ସଚିବ ପଦରୁ ହଟାଇ ଓଏସଡି ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । ସେପଟେ ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ବ ମିଳିଛି । ଏଥିସହ IAS ମନୋଜ ସାହୁଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦାୟିତ୍ବ । ୨୦୦୬ ବ୍ୟାଚର IAS, ଇଣ୍ଟର-କ୍ୟାଡର୍ ଡେପୁଟେସନରେ ଆସିଛନ୍ତି ମନୋଜ । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତ ହୋଇଛନ୍ତି ବିଷ୍ଣୁପଦ ।…

Read More

IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ । ଦିଲ୍ଲୀ ସିବିଆଇରୁ ଆସିଛି ସମନ । ଗତ ୧୦ ତାରିଖରେ ସିବିଆଇ ତରଫରୁ ଏହି ସମନ ପଠାଇଥିବା ସୂଚନା ମିଳିଛି । ଟେଣ୍ଡର ଫିକ୍ସିଂ ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଆକାଉଣ୍ଟରୁ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ସୂଚନା ରହିଛି । ଏହି ମାମଲାରେ ବିଷ୍ଣୁପଦଙ୍କ ଠାରୁ ତାଙ୍କ ଡ୍ରାଇଭରଙ୍କ ବିଷୟରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଛି ସିବିଆଇ ।…

Read More