
ଧନୁ ସଂକ୍ରାନ୍ତିରେ ଧନୁ ମୁଆଁର କ’ଣ ରହିଛି ବିଶେଷତ୍ୱ ?
ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି। ପୌଷ ମାସର ପ୍ରଥମ ଦିନକୁ ଆମେ ଧନୁ ସଂକ୍ରାନ୍ତି ଭାବେ ପାଳନ କରିଥାଉ। ଏହି ଦିବସଠାରୁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି (ପ୍ରାୟତଃ ଜାନୁଆରୀ ୧୪ତାରିଖ) ପର୍ଯ୍ୟନ୍ତ ଚାଲିଥାଏ। ପ୍ରଭାତୀ କୀର୍ତ୍ତନ ବନ୍ଦ ରହେI ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ଅନୁଷ୍ଠିତ ହୁଏ। ଏଥିସହ ଏହି ଦିନ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିଥାନ୍ତି। କୃଷିପ୍ରଧାନ ରାଜ୍ୟ…