ଏଣିକି ଏଟିଏମ୍ରେ ଉଠାଇ ହେବ ଇପିଏଫ୍ ଟଙ୍କା
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍ଓ) ସଦସ୍ୟଙ୍କ ପାଇଁ ଖୁସି ଖବର। ନୂଆ ବର୍ଷ ଅର୍ଥାତ୍ ୨୦୨୫ ପ୍ରାରମ୍ଭରୁ ଏଟିଏମ୍ରେ ଉଠାଇ ହେବ ଇପିଏଫ୍ ଟଙ୍କା। ଦେଶର ମହତ୍ତ୍ବପୂର୍ଣ୍ଣ କର୍ମଜୀବୀଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଶ୍ରମ ମନ୍ତ୍ରଣାଳୟ ଏହାର ସୂଚନା ପ୍ରଯୁକ୍ତିବିଦ୍ୟାକୁ ଆଧୁନିକୀକରଣ କରୁଛି। ଏହି କ୍ଷେତ୍ରରେ ଇପିଏଫ୍ଓ ଏହାର ସଦସ୍ୟଙ୍କୁ ଏଟିଏମ୍ ସେବା ପ୍ରଦାନ କରିବାକୁ ଯାଉଛି। ଇପିଏଫ୍ଓ ସଦସ୍ୟ ୨୦୨୫ ଜାନୁଆରୀରୁ ଏଟିଏମ୍ ମାଧ୍ୟମରେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ପରିଚାଳନା କରିବାକୁ ସୁଯୋଗ ପାଇବେ…
