ବଡ ଖବର ! ଆସନ୍ତାକାଲି ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଆଶାୟୀଙ୍କ ପାଇଁ ବଡ ଖବର । ଯେଉଁମାନେ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ପାଇନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା । ଆସନ୍ତାକାଲି ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ପାଇବେ ହିତାଧିକାରୀ। ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯିବ।
ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସମ୍ବଲପୁରରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ୩ଲକ୍ଷ ୩୮ ହଜାର ଏନପିସିଆଇ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୯ ହଜାର ଏନପିସିଆଇ କ୍ଲିୟର ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ତଯାତ୍ରା ଯୋଜନା ଶୁଭାରମ୍ଭ ଅବସରରେ ଏକଥା କହିଛନ୍ତି ପ୍ରଭାତୀ ପରିଡ଼ା । ପୂର୍ବରୁ ୮୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମିଳିସାରିଛି । ଆସନ୍ତାକାଲି ୧୮ ଲକ୍ଷ ମହିଳାଙ୍କୁ ଦିଆଗଲେ, ରାଜ୍ୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ । ଏହା ବାଦ୍ ଯେଉଁମାନେ ଏନପିସିଆଇ ନକରି ରହିଯିବେ, ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *