ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଆଜି ରାକ୍ଷୀ ପୂର୍ଣ୍ଣିମାରେ ଜୟପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ବାଣ୍ଟିଛନ୍ତି ସୁଭଦ୍ରାର ତୃତୀୟ କିସ୍ତି। ସମଗ୍ର ରାଜ୍ୟରେ କୋଟିଏରୁ ଅଧିକ ହିତାଧିକାରୀ ତୃତୀୟ କିସ୍ତି ଟଙ୍କା ପାଇବେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ରୁ ଊର୍ଦ୍ଧ୍ବ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଟଙ୍କା ବାଣ୍ଟିଛନ୍ତି। ପରେ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ।

ଏହି କାର୍ଯ୍ୟକ୍ରମରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ । ଆଜି ରାକ୍ଷୀ ପୂର୍ଣ୍ଣିମାରେ ଜୟପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ବାଣ୍ଟିଛନ୍ତି ସୁଭଦ୍ରାର ତୃତୀୟ କିସ୍ତି। ସମଗ୍ର ରାଜ୍ୟରେ କୋଟିଏରୁ ଅଧିକ ହିତାଧିକାରୀ ତୃତୀୟ କିସ୍ତି ଟଙ୍କା ପାଇବେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ରୁ ଊର୍ଦ୍ଧ୍ବ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଟଙ୍କା ବାଣ୍ଟିଛନ୍ତି। ପରେ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କାଯିବ।

Leave a Reply

Your email address will not be published. Required fields are marked *