ଅଭିନେତ୍ରୀଙ୍କ ସଫଳତାର କାହାଣୀ : ଡାକ୍ତରୀ ଛାଡି କିପରି ହେଲେ ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ହେଉ କିମ୍ବା ଟିଭି ସିରିଏଲ, ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପ୍ରଥମେ ଅନ୍ୟ ଏକ ବୃତ୍ତି ବାଛିଥିଲେ ମାତ୍ର ପରେ ସେମାନେ ଅଭିନେତ୍ରୀ ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଗ୍ଲାମରସ୍ ଦୁନିଆରେ ପ୍ରବେଶ କରି ବହୁତ ପ୍ରସିଦ୍ଧି ମଧ୍ୟ ଅର୍ଜନ କରିଛନ୍ତି।
ସେହିପରି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଆକାଂକ୍ଷା ସିଂହ | ତାଙ୍କର ମାଆ ଜଣେ ଥିଏଟର କଳାକାର ଥିଲେ, ତେଣୁ ଆରମ୍ଭରୁ ଘରେ କଳାର ମାହୋଲ ଜମିଥିଲା। କିନ୍ତୁ, ଆକାଂକ୍ଷା ପାଠପଢ଼ାରେ ଅତ୍ୟନ୍ତ ଉତ୍ତମ ଥିଲେ ଏବଂ ଫିଜିଓଥେରାପିରେ ଡିଗ୍ରୀ ହାସଲ କରିଥିଲେ। ମାତ୍ର ,ପାଠପଢ଼ା ସହିତ, ଆକାଂକ୍ଷା ଥିଏଟର ମଧ୍ୟ କରୁଥିଲେ, ଯାହା ଯୋଗୁଁ ତାଙ୍କୁ ମନୋରଞ୍ଜନ ଜଗତରେ ଆସିବା ପାଇଁ ସୁଯୋଗ ମିଳି ପାରିଥିଲା। ଅଭିନେତ୍ରୀଙ୍କୁ ‘ନା ବୋଲେ ତୁମ ନା ମୈନେ କୁଛ’ କାହାରେ ପ୍ରଥମ ବ୍ରେକ୍ ମିଳିଥିଲା। ଏହି ଶୋ’ରେ, ଆକାଂକ୍ଷାଙ୍କ ସରଳତା ଏବଂ ବଳିଷ୍ଠ ଅଭିନୟ ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ଆସିଥିଲା।

ଏହା ପରେ ଆକାଂକ୍ଷା ‘ଗୁଲମୋହର ଗ୍ରାଣ୍ଡ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଇଥିଲା। ଏହା ପରେ ତାଙ୍କୁ ‘ବକ୍ସ କ୍ରିକେଟ୍ ଲିଗ୍’ ଭଳି ରିଆଲିଟି ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀ ‘ଏ ଜିନ୍ଦେଗି’ ଭଳି ଛୋଟ ଫର୍ମାଟ୍ ଶୋ’ରେ ମଧ୍ୟ ଅଭିନୟ କରିଥିଲେ। ଏହା ପରେ ଆକାଂକ୍ଷା ୨୦୧୭ରେ ‘ବଦ୍ରିନାଥ କି ଦୁଲହନିଆ’ ଫିଲ୍ମ ସାହାଯ୍ୟରେ ବଲିଉଡରେ ପ୍ରବେଶ କରିଥିଲେ। ଏହି ଅଭିନେତ୍ରୀ ତେଲୁଗୁ ଫିଲ୍ମ ‘ମଲ୍ଲି ରାଭା’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହା ପରେ ତାଙ୍କୁ ‘ଦେବଦାସ’ ଏବଂ ‘ପହେଲୱାନ’ରେ ଦେଖିବାକୁ ମିଳିଥିଲା।

ଏହି ଲୋକପ୍ରିୟ ଟିଭି ଅଭିନେତ୍ରୀ ଆରମ୍ଭରୁ ଅଭିନୟରେ କ୍ୟାରିଅର କରିବାକୁ ଚାହୁଁନଥିଲେ, ପୂର୍ବରୁ ସେ ଜଣେ ଫିଜିଓଥେରାପିଷ୍ଟ ଥିଲେ ଏବଂ ପରେ ମନୋରଞ୍ଜନ ଜଗତରେ ପ୍ରବେଶ କରିଥିଲେ।
୨୦୨୧ ମସିହାରେ ଆକାଂକ୍ଷା ‘ପରମ୍ପରା’ ସହିତ ଓଟିଟିରେ ମଧ୍ୟ ପାଦ ଦେଇଥିଲେ। ଏହା ପରେ ତାଙ୍କୁ ‘ରଙ୍ଗବାଜ: ଦାର କି ରାଜନୀତି’, ‘ଏସ୍କେପ୍ ଲାଇଭ୍’ ଏବଂ ‘ମିଟ୍ କ୍ୟୁଟ୍’ ଭଳି ୱେବ୍ ସିରିଜ୍ ରେ ବି ଦେଖିବାକୁ ମିଳିଥିଲା।
୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରନୱେ ୩୪’ରେ ଆକାଂକ୍ଷା ଅଜୟ ଦେବଗନଙ୍କ ପତ୍ନୀ ସମାଇରା ଖାନ୍ନାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ସେ ଅତ୍ୟନ୍ତ ଉତ୍କୃଷ୍ଟ ଅଭିନୟ କରିଥିଲେ ଏବଂ ଦର୍ଶକମାନେ ମଧ୍ୟ ଖୁବ ପ୍ରଶଂସା କରିଥିଲେ |
