ମେଲୋଡ଼ିରେ ଅଶ୍ଳୀଳତାକୁ ରୋକ, DJ ମୁକ୍ତ ଭସାଣୀ, ଏଥର ପ୍ରଥମେ ଖୋଲିବ ‘ହେଲ୍ପ ଡେସ୍କ’
କଟକ: ଆସନ୍ତା ଦୁର୍ଗାପୂଜାକୁ ସୁରକ୍ଷା, ଶାନ୍ତି ଏବଂ ଆନନ୍ଦମୟ ପରିବେଶରେ ପାଳନ କରିବା ପାଇଁ କଟକ କମିଶନରେଟ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମ୍ବନ୍ଧରେ ଆୟୋଜିତ ବୈଠକରେ ପୋଲିସ ପକ୍ଷରୁ କିଛି ମୁଖ୍ୟ ପଦକ୍ଷେପ ନେଇଥିବା କୁ ସୂଚନା ମିଳିଛି।
ମେଲୋଡ଼ିରେ ଅଶ୍ଳୀଳତାକୁ ରୋକିବା ପାଇଁ କଠୋର ବ୍ୟବସ୍ଥା ନିଆଯିବ। ସେହିପରି DJ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ, ପାରମ୍ପରିକ ବାଦ୍ୟ ସହିତ ମାତ୍ର ଭସାଣି କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଏହି ନିୟମ ପାଳନ କରିବେ, ସେମାନଙ୍କୁ ପୋଲିସ ପକ୍ଷରୁ ସମ୍ମାନିତ କରାଯିବ। ସେହିପରି, ଭସାଣୀ ସମୟରେ “DJ ମୁକ୍ତ ମୁକ୍ତ ଭସାଣୀ” ଏବଂ “ନିଶା ମୁକ୍ତ ରୋଷଣୀ” ଉଦ୍ୟମକୁ ବିଶେଷ ଗୁରୁତ୍ୱ ଦିଆଯିବ। ଟ୍ରାଫିକ ନୀୟନ୍ତ୍ରଣ ଓ ଭିଡ଼ ପରିସ୍ଥିତିରେ ସତର୍କ ରହିବା ପାଇଁ ଏଆଇ କ୍ୟାମେରା ମାଧ୍ୟମରେ ନିରୀକ୍ଷଣ କରାଯିବ। ଏଥିପାଇଁ ପୋଲିସ ଏକ ବିଶେଷ “ବ୍ଲୁ ପ୍ରିଣ୍ଟ” ତିଆରି କରିଛି। ମହିଳାମାନଙ୍କ ସୁବିଧା ପାଇଁ ପୂଜା ପଣ୍ଡାଳରେ ବିଶେଷ ଟଏଲେଟ୍ ବ୍ୟବସ୍ଥା ହେବା ସହିତ, ଏଥର ପ୍ରଥମଥର ପାଇଁ “ହେଲ୍ପ ଡେସ୍କ” ଖୋଲାଯିବ। ପୋଲିସ ପକ୍ଷରୁ ସୂଚନା ମିଳିଛି, ଭିଡ଼, ଟ୍ରାଫିକ ନୀୟନ୍ତ୍ରଣ, ଭସାଣି ଏବଂ ସମସ୍ତ ପରିସ୍ଥିତିରେ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ପାଇଁ ପୁରା ସୁରକ୍ଷା ରେଡ଼ି ପ୍ଲାନ୍ ତିଆରି କରାଯାଇଛି। କଟକ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି ଯେ, ଦଶହରାର ଆନନ୍ଦକୁ ଭକ୍ତି ଏବଂ ଶାନ୍ତି ସହ ପାଳନ କରିବା ଉଚିତ। କୌଣସି ପ୍ରକାର ଜୋରଜବରଦସ୍ତି, ଚାନ୍ଦା ଆଦାୟ କିମ୍ବା ଅନୁଚିତ କାର୍ଯ୍ୟକୁ ପୋଲିସ ପକ୍ଷରୁ ସହନ କରାଯିବ ନାହିଁ। ସେଥିସହିତ, ଆଇନ ଓ ନ୍ୟାୟାଳୟର ନିର୍ଦ୍ଦେଶାବଳୀକୁ ପାଳନ କରି ପୂଜାକୁ ସମାପନ କରିବାକୁ ପରାମର୍ଶ ଦିଆଯାଇଛି।
