ଷ୍ଟକ ବଜାରରେ ହଇଚଇ

ଶୁକ୍ରବାର ଷ୍ଟକ ବଜାର ପାଇଁ ଏକ ସ୍ୱତନ୍ତ୍ର ଦିନ ଥିଲା। ଏହି ଦିନ ସେନ୍ସେକ୍ସ ୨୦୦ ପଏଣ୍ଟ ବୃଦ୍ଧି ପାଇ ୮୧,୦୩୬.୨୨ରେ ଖୋଲିଥିବା ବେଳେ ୦.୧୪% ବୃଦ୍ଧି ସହ ୮୦,୯୫୬.୩୩ରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି-୫୦ ମଧ୍ୟ ୧୦.୩୦ ପଏଣ୍ଟ ବୃଦ୍ଧି ପାଇ ୨୪,୪୬୭.୪୫ରେ ବନ୍ଦ ହୋଇଛି।

ଶୁକ୍ରବାର ବ୍ୟାଙ୍କିଙ୍ଗ ଷ୍ଟକ୍ ଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଲିଷ୍ଟିଂ ଦିନ ଗୋଟିଏ ଷ୍ଟକ ବଜାରରେ ହଇଚଇ ସୃଷ୍ଟି କରିଥିଲା। ଏହି ଷ୍ଟକ ଗୋଟିଏ ଦିନରେ ନିବେଶକମାନଙ୍କୁ ୯୯.୪୫ ପ୍ରତିଶତ ରିଟର୍ଣ୍ଣ ଦେଇଛି। ଅର୍ଥାତ୍ ଗୋଟିଏ ଦିନରେ ନିବେଶକଙ୍କ ଟଙ୍କା ପ୍ରାୟ ଦ୍ୱିଗୁଣିତ ହୋଇଛି।