ବିଧାନସଭାରେ ଉପସ୍ଥାପନ ହେଲା ରାଜ୍ୟ ବଜେଟ୍ । ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟବରାଦ

ବିଧାନସଭାରେ ଉପସ୍ଥାପନ ହେଲା ରାଜ୍ୟ ବଜେଟ୍ । ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା ଦ୍ୱିତିୟ ବଜେଟ୍ । ୨୦୨୫-୨୬ ପାଇଁ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର ।

ବଜେଟ୍ ଉପସ୍ଥାନ କରି ଗୃହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ କରିଛୁ । ପୁଞ୍ଜିନିବେଶ ଲାଗି ବାଟ ଫିଟିଛି । ୧୬ ଲକ୍ଷ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହେବ । ରାଜ୍ୟରେ ନିଯୁକ୍ତି ବଢିବ । ଓଡ଼ିଶାକୁ ବିକଶିତ କରିବା ଦିଗରେ ଆମେ କାମ କରୁଛୁ । ଆମେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛୁ । ସହରୀକରଣ ଯୋଜନା ଅଭିବୃଦ୍ଧିର ଇଞ୍ଜିନ କରିବୁ । ଚାଷୀଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ବନ୍ଦର ଭିତ୍ତିକ ବିକାଶ ଦିଗରେ ଆମେ କାମ କରୁଛୁ । ନୂଆ ଶିଳ୍ପ ଦିଗରେ ରାଜ୍ୟ ସରକାର ଅଗ୍ରସର ହେଉଛନ୍ତି ।

ଦକ୍ଷିଣ ଓ ପଶ୍ଚିମ ଅଂଚଳର କପା ଚାଷୀଙ୍କୁ ଗୁରୁତ୍ବ । ଉଦ୍ୟାନ କୃଷି ଚାହିଦା ବଢିଛି । ଜଳସେଚନ ପ୍ରକଳ୍ପର ବିକାଶ ଲାଗି ଯୋଜନା କରାଯାଇଛି । ଚାଷୀଙ୍କ ଆୟ ବଢାଇବା ଆମର ଲକ୍ଷ୍ୟ । ଆଳୁ ଉପରେ ଆମେ ନିର୍ଭର ହେବାକୁ ଚାହୁଁନାହୁଁ । ରବି ଋତୁରେ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଇଛି । ‘ଓଡ଼ିଶାର ବିକାଶ ସହ ହେବ ସହରୀକରଣ ବ୍ୟବସ୍ଥା’ । ବନ୍ଦର ଭିତ୍ତିକ ବିକାଶ ଉପରେ ସରକାରଙ୍କ ଗୁରୁତ୍ବ । ନୂତନ ନିଯୁକ୍ତିକାରୀ ଶିଳ୍ପ ଉପରେ ଅଛି ବିଶେଷ ଗୁରୁତ୍ବ । ୧୬ ଲକ୍ଷ ୭୩ହଜାର କୋଟିର ପୁଞ୍ଜି ଆସିବା ଲକ୍ଷ୍ୟ । ରାଜ୍ୟର ଅଭିବୃଦ୍ଧି ହାର ୭.୨ ରହିଛି ।

Leave a Reply

Your email address will not be published. Required fields are marked *