ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ 17ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ତାତିଛି | ଏହି ଘଟଣାକୁ ନେଇ କଂଗ୍ରେସ ଜୋରଦାର ବିରୋଧ କରିବା ସହ 17 ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି | ଏ ନେଇ ଭାରତୀୟ ଜନତା ପାର୍ଟି (ବିଜେପି)ର ବ୍ୟବସ୍ଥା ବିରୋଧରେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | କଂଗ୍ରେସ ଦଳ କହିଛି ଯେ ସୌମ୍ୟଶ୍ରୀଙ୍କ ମୃତ୍ୟୁ ଏକ ଦୁଃଖଦ ଆତ୍ମହତ୍ୟା ନୁହେଁ, ବରଂ ଏହା ଏକ ଚତୁରତାପୂର୍ଣ୍ଣ ଭାବେ ଘଟାଯାଇଥିବା “ସଂଘଟିତ ବ୍ୟବସ୍ଥାଗତ ହତ୍ୟା”। ଯେଉଁ ଲୋକମାନେ ତାଙ୍କୁ ସୁରକ୍ଷା ଦେବା ଉଚିତ ଥିଲା, ସେମାନେ ତାଙ୍କୁ ଆଉ ଅଧିକ ଅପମାନ ଓ ଧମକ ଦେଲେ। କଂଗ୍ରେସ ପକ୍ଷରୁ ଏହି ଘଟଣା ଉପରେ ଏକ ୮-ସଦସ୍ୟ ବିଶିଷ୍ଟ ତଥ୍ୟାନ୍ୱେଷଣ କମିଟି ଗଠନ କରାଯାଛି | ଭାରତୀୟ ଜାତୀୟ କଂଗ୍ରେସ୍ (Indian National Congress), CPI, CPI(M), NCP ଓ ଅନ୍ୟାନ୍ୟ ବିପକ୍ଷ ଦଳମାନେ ମିଶି ଜୁଲାଇ 17 ତାରିଖରେ ପୁରା ଓଡ଼ିଶା ବନ୍ଦ ଘୋଷଣା କରିଛନ୍ତି ।
ସୌମ୍ୟଶ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ଘୋଷିତ ହୋଇଛି । ସେମାନେ ବିଜେପି ନେତୃତ୍ୱଧୀନ ରାଜ୍ୟ ସରକାର ଉପରେ ଅଭିଯୋଗ କରିଛନ୍ତି ଯେ, ସରକାର ଏହି ଘଟଣାକୁ ଲୁଚାଇବା ପାଇଁ ପ୍ରୟାସ କରୁଛନ୍ତି ଓ କଲେଜ କ୍ୟାମ୍ପସ୍ରେ ମହିଳାଙ୍କୁ ସୁରକ୍ଷା ଦେଇପାରିବାରେ ବିଫଳ ହୋଇଛି।
ଉଲ୍ଲେଖ ଥାଉ କି ବି.ଏଡ଼ ପ୍ରଥମ ବର୍ଷୀୟ ଛାତ୍ରୀ ସୌମ୍ୟାଶ୍ରୀ ଅଧ୍ୟାପକଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଥିଲେ | ହେଲେ ଏଥିପ୍ରତି କେହି କର୍ଣ୍ଣପାତ ନ କରିବାରୁ ଯୌନ ୧୨ ଜୁଲାଇରେ ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ | ତାଙ୍କ ଶରୀରର ୯୦-୯୫% ଜଳିଯାଇଥିଲା | ସେ ଭୁବନେଶ୍ୱର ର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶେଷରେ ୧୪ ଜୁଲାଇ ୨୦୧୫ ରାତି ୧୧:୪୬ ରେ ତାଙ୍କ ମୃତ୍ୟୁ ଘଟିଥିଲା |
