ସୋନମ ହନିମୁନ ମାମଲା ଉପରେ ବଲିଉଡରୁ ବଡ଼ ଅପଡେଟ୍, ଅମୀର ବନେଇ ପାରନ୍ତି ଫିଲ୍ମ
ମୁମ୍ବାଇ: ମେଘାଳୟ ହନିମୁନ ମର୍ଡର କେସ୍ କୁ ନେଇ ଅମୀର ଖାନ ପ୍ରଯୋଜନା ରେ ନିର୍ମାଣ କର ଯାଇପାରେ ଫିଲ୍ମ |
ରାଜା ରଘୁବଂଶୀଙ୍କୁ ମେଘାଳୟର ଶିଲଂରେ ତାଙ୍କ ହନିମୁନ ସମୟରେ ହତ୍ୟା କରାଯାଇଥିଲା। ଦୁଇ ଦିନ ଧରି ବଲିଉଡରୁ ଖବର ଆସୁଥିଲା ଯେ ଆମିର ଖାନ ମେଘାଳୟ ହନିମୁନ ମର୍ଡର କେସ୍ ଉପରେ ଏକ ଫିଲ୍ମ ତିଆରି କରିବାକୁ ଚିନ୍ତା କରୁଛନ୍ତି। ସ୍କ୍ରିପ୍ଟ ଉପରେ କାମ ଆରମ୍ଭ ହେବା ନେଇ ମଧ୍ୟ କଳ୍ପନାଜଳ୍ପନା କରାଯାଉଥିଲା। ଏ ନେଇ ଏକ ନୂତନ ଅପଡେଟ ସାମ୍ନାକୁ ଆସିଛି |
ବଲିଉଡର ବରିଷ୍ଠ ଅଭିନେତା ଏବଂ ପ୍ରଯୋଜକ-ନିର୍ଦ୍ଦେଶକ ଆମିର ଖାନ କ’ଣ ପ୍ରକୃତରେ ମେଘାଳୟ ହନିମୁନ ହତ୍ୟା ମାମଲା ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଭାବୁଛନ୍ତି କି ? ଏ ସମ୍ପର୍କରେ ଆମିର ଖାନ ପ୍ରଡକ୍ସନ୍ସ ଏ ବିଷୟରେ ଚାଲିଥିବା କଳ୍ପନାଜଳ୍ପନାକୁ ଖାରଜ କରିଦେଇଛି।
ଆମିର ଖାନଙ୍କ ପ୍ରଯୋଜକ ଫିଲ୍ମ “ସିତାରେ ଜମିନ୍ ପର” ବକ୍ସ ଅଫିସରେ ଭଲ ପ୍ରତିକ୍ରିୟା ପାଇଛି। ଫିଲ୍ମଟି ଭଲ ରେଟିଂ ମଧ୍ୟ ପାଇଛି ଏବଂ ସମାଲୋଚକମାନେ ମଧ୍ୟ ଏହାର କାହାଣୀକୁ ପ୍ରଶଂସା କରିଛନ୍ତି। ଏବେ ଯଦି ଗୁଜବକୁ ବିଶ୍ୱାସ କରାଯାଏ, ତେବେ ଆମିର ଖାନ ଦେଶକୁ ହଲାଇ ଦେଇଥିବା ମେଘାଳୟ ହନିମୁନ୍ ହତ୍ୟା ମାମଲା ଉପରେ ଏକ ଫିଲ୍ମ ତିଆରି କରିବାକୁ ଆଗ୍ରହ ଦେଖାଇଥିଲେ।
ଇନ୍ଦରର ବ୍ୟବସାୟୀ ରାଜା ରଘୁବଂଶୀ ତାଙ୍କ ପତ୍ନୀ ସୋନମଙ୍କ ସହିତ ୨୦ ମେ’ରେ ହନିମୁନରେ ମେଘାଳୟ ଆସିଥିଲେ। ୨୩ ମେ’ରେ ଦମ୍ପତି ନିଖୋଜ ହୋଇଯାଇଥିଲେ ଏବଂ ୨ ଜୁନ୍ ରେ ରାଜା ରଘୁବଂଶୀଙ୍କ ମୃତଦେହ ଏକ ଗଭୀର ଖାତରେ ମିଳିଥିଲା। ସୋନମ ଜୁନ୍ ୮ ତାରିଖରେ ୟୁପିର ଗାଜିପୁରରେ ସାମ୍ନାକୁ ଆସିଥିଲେ। ଏହି ଜଘନ୍ୟ ଅପରାଧ ରାଜାଙ୍କ ପତ୍ନୀ ସୋନମ ଏବଂ ତାଙ୍କ ପ୍ରେମିକ ରାଜ କୁଶୱାହା ଯୋଜନା କରିଥିଲେ। ଏହି ମାମଲାରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା, ଯେଉଁଥିରୁ ତିନି ଜଣଙ୍କୁ ଜାମିନ ମିଳିଛି। ରାଜାଙ୍କ ପରିବାର ଚେତାବନୀ ଦେଇଛନ୍ତି ଯେ ଯଦି ସେମାନଙ୍କୁ ନ୍ୟାୟ ନ ମିଳେ, ତେବେ ସେମାନେ ଗଣ ଆତ୍ମହତ୍ୟା କରିବେ।
