ଏବେ ସୌରଶକ୍ତି ରେ ଚାଲିବ ଟ୍ରେନ୍: କମିବ ବିଜୁଳି ଖର୍ଚ୍ଚ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଏକ ଐତିହାସିକ ପଦକ୍ଷେପ ନେଇ ଦେଶରେ ପ୍ରଥମ ଥର ପାଇଁ ରେଳ ଟ୍ରାକ୍ ମଧ୍ୟରେ ଅପସାରଣୀୟ ସୌର ପ୍ୟାନେଲ୍ ସିଷ୍ଟମ୍ ସ୍ଥାପନ କରିଛି। ବନାରସ ଲୋକୋମୋଟିଭ୍ ଓ୍ୱାର୍କସ୍ , ବାରଣାସୀରେ ଏହି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି, ଯାହା ଦ୍ୱାରା ରେଳ ଧାରଣାକୁ ବିଜୁଳି ଉତ୍ପାଦନର ଗନ୍ତାଘରରେ ପରିଣତ କରାଯାଉଛି। ଏହି ସିଷ୍ଟମ୍‌ରେ ୭୦ ମିଟର୍ ଲମ୍ବର ୨୮ଟି ସୌର ପ୍ୟାନେଲ୍ ରହିଛି, ଯାହାର କ୍ଷମତା ୧୫ କିଲୋୱାଟ୍ ପିକ୍ ଅଟେ। ଏହା ବାର୍ଷିକ ପ୍ରାୟ ୩.୨୧ ଲକ୍ଷ ୟୁନିଟ୍ ସ୍ୱଚ୍ଛ ଶକ୍ତି ଉତ୍ପାଦନ କରିବାର ଆଶା କରାଯାଉଛି

ଏହି ନୂଆ ପ୍ରଯୁକ୍ତି ସହିତ ଟ୍ରେନ୍‌ଗୁଡ଼ିକ ଏଣିକି ସୌର ଶକ୍ତିରେ ଚାଳିତ ହେବେ, ଯାହା ବିଜୁଳି ଖର୍ଚ୍ଚକୁ ହ୍ରାସ କରିବ ଏବଂ ପରିବେଶ ସୁରକ୍ଷାରେ ସହାୟକ ହେବ। ପ୍ୟାନେଲ୍‌ଗୁଡ଼ିକ ଅପସାରଣୀୟ ହୋଇଥିବାରୁ ଟ୍ରାକ୍ ରକ୍ଷଣାବେକ୍ଷଣ ସମୟରେ ସହଜରେ ହଟାଯାଇପାରିବ, ଯାହା ଟ୍ରେନ୍ ଚଳାଚଳରେ କୌଣସି ବାଧା ସୃଷ୍ଟି କରିବ ନାହିଁ। ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ଯେ, ଏହି ପ୍ରୋଜେକ୍ଟ ଆଗାମୀ ଦିନରେ ସାରା ଦେଶରେ ଲାଗୁ କରାଯିବ, ଯାହା ଭାରତର ସବୁଜ ଶକ୍ତି ଲକ୍ଷ୍ୟକୁ ଆହୁରି ମଜବୁତ୍ କରିବ।

ଭାରତୀୟ ରେଳବାଇ ସର୍ବଦା ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ପ୍ରାଥମିକତା ଦେଇଆସୁଛି, ଏବଂ ଏବେ ପରିବେଶ ପ୍ରତି ସଚେତନତା ବଢ଼ାଇ ଏହି ନୂଆ ଉଦ୍ୟମ ଆରମ୍ଭ କରିଛି। ଏହି ପଦକ୍ଷେପ ଦେଶର ସୌର ଶକ୍ତି ଉପଯୋଗକୁ ବଢ଼ାଇବାରେ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *