ଯାହାକୁ ରଖିବେ ଅନନ୍ତ: ଶିଶୁକୁ କାମୁଡ଼ିଲା ସାପ, ହେଲେ…

ବିହାର: ବିହାରର ଚମ୍ପାରଣ ଜିଲ୍ଲାର ଏକ ଗାଁରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋବିନ୍ଦ ନାମକ ୧ ବର୍ଷର ଏକ ଶିଶୁ ଖେଳୁଥିବା ବେଳେ ଏକ ସାପକୁ ଦେଖିଲା। ସେ ସାପଟିକୁ ଖିଳୋନା ଭାବେ ଭାବି ଧରିନେଲା ଓ ଖେଳିବା ସମୟରେ ଦାନ୍ତରେ କାମୁଡିଦେଲା।
ଏହି ଘଟଣା ଲୋକଙ୍କୁ ଆତ୍ୟନ୍ତ ଅଶ୍ଚର୍ଯ୍ୟ କରାଇଛି , ସାପଟି ଶିଶୁକୁ କାମୁଡ଼ିବାକୁ ଚେଷ୍ଟା କରିଛି ମାତ୍ର ଶିଶୁଟି ପ୍ରଥମେ ଦାନ୍ତରେ ସାପଟିକୁ କମୁଡ଼ି ଦେଇଥିବାରୁ, ସାଂପର ମେରୁଦଣ୍ଡ ହାଡ଼ ଭାଙ୍ଗିଯାଇ ସାଂପଟିର ମୃତ୍ୟୁ ଘଟିଗଲା। ଅଦ୍ଭୁତ କଥା ହେଉଛି, ଶିଶୁ ଗୋବିନ୍ଦ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି।
ବିଜ୍ଞାନୀ ମତ:
ନେଚର ଇନଭାୟରମେଣ୍ଟ ଏଣ୍ଡ ଵେଲଫେୟାର ସୋସାଇଟି (NEWS) ର ପ୍ରୋଜେକ୍ଟ ମ୍ୟାନେଜର ଅଭିଷେକ କହିଛନ୍ତି ଯେ, ଏହା ପଛରେ ଦୁଇଟି କାରଣ ହୋଇପାରେ ହୁଏତ ସାପଟି ବିଷାକ୍ତ ନଥିଲା କିମ୍ବା ଶିଶୁଟି ପ୍ରଥମେ ଦାନ୍ତରେ ସାପଟିକୁ କାମୁଡି ଦେବା ଫଳରେ ସାପ ଶିଶୁକୁ କାମୁଡ଼ିପାରିନଥିଲା। ସାପର ମେରୁଦଣ୍ଡ ହାଡ଼ ଭାଙ୍ଗିଯିବା ଫଳରେ ତାହା ତୁରନ୍ତ ମରିଯାଇଥିଲା।
ଏହି ଘଟଣା ସାମାନ୍ୟ ନୁହେଁ। ଏହା ଏକ ନୂଆ ଉଦାହରଣ ଯେ କେତେଦିନି ଆମେ ପ୍ରକୃତି ସହିତ ଏମିତି ଅଜଣା ଘଟଣା ଦେଖୁଛୁ। ଏଥିପାଇଁ ଅନେକେ ଏହାକୁ “କୃତ୍ରିମ ନୁହେଁ, ପ୍ରକୃତିର ଅଦ୍ଭୁତ ଖେଳ” ବୋଲି କହୁଛନ୍ତି।

Leave a Reply

Your email address will not be published. Required fields are marked *