ଗୁପଚୁପ ଖାଇବାକୁ ଆସି ଚାଲିଗଲା ଜୀବନ, ଖବର ଶୁଣି ଚାରିଆଡ଼େ ଶୋକର ଛାୟା

ମୁମ୍ୱାଇ: ଏମିତି ଦୁର୍ଘଟଣା ହେବ ବୋଲି କେହି କେବି ଭାବିନଥିବେ । ଯେଉଁଠି ଅନ୍ୟ ଏକ ଗାଡ଼ି ଦୁର୍ଘଟଣାର ଶିକାର ହୋଇ ଛିଟକି ପଡ଼ିବାରୁ ଅନ୍ୟ ଏକ କାର ଦୁର୍ଘଟଣାରର ଶିକାର ହୋଇଛି । ଆଉ କାର ଭିତରେ ବସିଥିବା ଯାତ୍ରୀଙ୍କର ମୃତ୍ୟୁ ଘଟିଛି । କାର ଭିତରେ ବସିଥିବା ଛୋଟ ଛୁଆଟି ଦୁଇ ସମ୍ପର୍କୀୟ ଓ ବାପା ସହ ଗୁପଚୁପ ଖାଇବାକୁ ଆସିଥିଲା । କିନ୍ତୁ ବିଧିର ବିଧାନ କିଛି ଅଲଗା ଲେଖାଥିଲା ।

ରବିବାର ସନ୍ଧ୍ୟାରେ ମୁମ୍ବାଇରେ ଏହି ଦୁର୍ଘଟଣା ଘଟିଛି । ବାପା ଓ ଦୁଇ ସମ୍ପର୍କୀୟଙ୍କ ସହ ଗୁପଚୁପ ଖାଇବାକୁ ଆସିଥିବା ଜଣେ ୬ ବର୍ଷର ବାଳକର କାର୍ ଧକ୍କାରେ ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁଯାୟୀ, ଆଗ ସିଟରେ ବସିଥିଲା ୬ ବର୍ଷର ବାଳକ ହର୍ଷ ମାଭଜୀ ଅରେଥିଆ ।

ସଂପୃକ୍ତ ପରିବାରର ୱାଗନ ଆରରେ  ଯାଉଥିଲା । ଏହି କାର ଆଗରେ ଯାଉଥିଲା ଏକ ଏସୟୁଭି କାର । ଯାହାକି ଡିଭାଇଡରେ ପିଟି ହୋଇଥିଲା। ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇ ପିଟି ହୋଇଥିବା ସୂଚନା ରହିଛି । କିନ୍ତୁ ଏତେ ଜୋର ପିଟି ହୋଇଥିଲା ଯେ ଏସୟୁଭିର ପଛ ଭାଗ ଛିଟକି ଯାଇ ୱାଗନ ଆରର ବୋନେଟ ଉପରେ ବାଜିଥିଲା । ମୁମ୍ବାଇଠାରୁ ପ୍ରାୟ ଏକ ଘଣ୍ଟାର ବାଶିରେ ଏହି ଘଟଣା ଘଟିଛି ବୋଲି ବାଶି ପୋଲିସ ଷ୍ଟେସନର ସିନିୟର ପୋଲିସ ଇନ୍ସପେକ୍ଟର ସଞ୍ଜୟ ଘୁମଲ କହିଛନ୍ତି । କାରରେ ଏୟାରବ୍ୟାଗ ଖୋଲିଥିଲା । କିନ୍ତୁ ବାଳକଟି ଗୁରୁତର ହୋଇଯାଇଥିଲା। ପାଖରେ ଥିବା ଲୋକମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତର କହିଛନ୍ତି । ପୋଲିସ ଏବେ ଏକ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *