ଏବେ ଶିଶୁ ବାଟିକା ପିଲାଙ୍କୁ ମିଳିବ ସରକାରଙ୍କ ମାଗଣା ସୁବିଧା!

ଭୁବନେଶ୍ବର: ଓଡ଼ିଶାର ଶିଶୁ ବାଟିକା ପିଲାଙ୍କ ପାଇଁ ଖୁସି ଖବର! ରାଜ୍ୟ ସରକାର ଶିଶୁ ବାଟିକାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଓ ପରିଚୟପତ୍ର ଦେବାକୁ ନିଷ୍ପତି ନେଇଛନ୍ତି। ଏହି ଯୋଜନା ଅଧୀନରେ ୩ ଲକ୍ଷ ୧୦ ହଜାର ୮୩୯ ଜଣ ଶିଶୁ ବାଟିକା ପିଲା ଉପକୃତ ହେବେ। ପ୍ରତି ପିଲାଙ୍କ ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ କରାଯିବ।

ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସ୍ଟେଟ ଏଜୁକେସନ ପ୍ରୋଗ୍ରାମ ଅଥରିଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ଆବଶ୍ୟକ ପାଣ୍ଠି ମଞ୍ଜୁର କରିବାକୁ ଅନୁରୋଧ କରିଛି।ଏହା ସହିତ, ୨୦୨୫-୨୬ ଶିକ୍ଷା ବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ପଢ଼ୁଥିବା ୪୧ ଲକ୍ଷ ୩୧ ହଜାର ୨୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ଖର୍ଚ୍ଚ ବାବଦ ପ୍ରତି ଛାତ୍ରଙ୍କୁ ୬୦୦ ଟଙ୍କା ଅନୁସାରେ ୨୪୭୮୬.୧୪୪୦୦ ଟଙ୍କା ମଞ୍ଜୁର କରାଯାଇଛି।

Leave a Reply

Your email address will not be published. Required fields are marked *