ଓଡ଼ିଶାରେ ଶୀଘ୍ର ଆରମ୍ଭ ହେବ ଏସଆଇଆର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଡ଼ିଶାରେ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସଆଇଆର) ଶୀଘ୍ର ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଗୋପାଳନ ଘୋଷଣା କରିଛନ୍ତି। ରାଜ୍ୟରେ ୭,୦୦୦ ଏପିକ ନମ୍ବର ଥିବା ଭୋଟର କାର୍ଡ ପରିବର୍ତ୍ତନ କରାଯାଇ ନୂଆ ଭୋଟର କାର୍ଡ ଜାରି କରାଯାଇଛି। ଏଥିରୁ ୫,୦୦୦ ଏପିକ ନମ୍ବର ବାଙ୍କୀ ଅଞ୍ଚଳର ଥିଲା। ଏହି ଏପିକ ନମ୍ବରଗୁଡ଼ିକ କେବଳ ଭୋଟର ପରିଚୟ ପତ୍ର ପାଇଁ ବ୍ୟବହୃତ ହୋଇଛି ଏବଂ ଏହାଦ୍ୱାରା କେହି ଭୋଟ ଦେଇପାରିବେ ନାହିଁ।

ଆଗାମୀ ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ଲାଗି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ସହ ଅବୈଧ ଓ ତ୍ରୁଟିଯୁକ୍ତ ଏପିକ ନମ୍ବରଗୁଡ଼ିକୁ ବାଦ ଦିଆଯିବ। ଏହି ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ନିର୍ବାଚନ କମିସନର ୱେବସାଇଟ (www.eci.gov.in) ଜରିଆରେ କିମ୍ବା ଅଫଲାଇନରେ ବୁଥ ଲେବଲ ଅଫିସର (ବିଏଲଓ) ମାନଙ୍କ ସହାୟତାରେ କରାଯାଇପାରିବ। ବିଜେଡି ଓ କଂଗ୍ରେସ ପକ୍ଷରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣିବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଗୋପାଳନ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ କମିସନ ଭାରତୀୟ ସମ୍ବିଧାନର ଧାରା ୩୨୪ ଏବଂ ଲୋକ ପ୍ରତିନିଧି ଆଇନ ୧୯୫୦ ଅନୁଯାୟୀ ସ୍ୱଚ୍ଛ ଓ ନିରପେକ୍ଷ ଭାବେ କାର୍ଯ୍ୟ କରୁଛି। ଅଭିଯୋଗଗୁଡ଼ିକର ଯାଞ୍ଚ ଚାଲିଛି ଏବଂ ଅନିୟମିତତା ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ସଂଶୋଧନ ପ୍ରକ୍ରିୟା ପାଇଁ ଭୋଟରମାନେ ନିର୍ବାଚନ କମିସନର ୱେବସାଇଟ ମାଧ୍ୟମରେ ଅନଲାଇନରେ କିମ୍ବା ନିକଟସ୍ଥ ବୁଥରେ ବିଏଲଓଙ୍କୁ ଆବେଦନ କରିପାରିବେ।

Leave a Reply

Your email address will not be published. Required fields are marked *